ଜନ୍ମବେଦୀରୁ ସିଂହଦ୍ୱାର ବାହୁଡ଼ିଲେ ମହାବାହୁ

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ଦିନ କାଳ ଜନ୍ମବେଦୀରେ ଲୀଳାଖେଳା ସାରି ଶେଷରେ ସିଂହଦ୍ୱାରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥଯାତ୍ରା ଭଳି ଆଜି ବାହୁଡ଼ାରେ ବି ଶ୍ରୀଜୀଉଙ୍କ ନୀତିକାନ୍ତି ସଅଳ ଶେଷ ହୋଇଥିଲା। ଏଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ପହଣ୍ଡି ସାରି ଆରମ୍ଭ ହୋଇଥିଲା ରଥଟଣା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ସୂର୍ଯ୍ୟ ଅସ୍ତ ହେବା ଆଗରୁ ସିଂହଦ୍ୱାର ସାମ୍ନାରେ ପହଞ୍ଚିଥିଲା ତିନିରଥ। ଆସନ୍ତାକାଲି ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ ହେବ। ଏଥିପାଇଁ ଆଜିଠାରୁ ହିଁ […]

Rathajatra

Rathajatra

Subrat Kumar Nayak
  • Published: Friday, 12 July 2019
  • Updated: 12 July 2019, 09:48 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ଦିନ କାଳ ଜନ୍ମବେଦୀରେ ଲୀଳାଖେଳା ସାରି ଶେଷରେ ସିଂହଦ୍ୱାରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥଯାତ୍ରା ଭଳି ଆଜି ବାହୁଡ଼ାରେ ବି ଶ୍ରୀଜୀଉଙ୍କ ନୀତିକାନ୍ତି ସଅଳ ଶେଷ ହୋଇଥିଲା। ଏଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ପହଣ୍ଡି ସାରି ଆରମ୍ଭ ହୋଇଥିଲା ରଥଟଣା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ସୂର୍ଯ୍ୟ ଅସ୍ତ ହେବା ଆଗରୁ ସିଂହଦ୍ୱାର ସାମ୍ନାରେ ପହଞ୍ଚିଥିଲା ତିନିରଥ। ଆସନ୍ତାକାଲି ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ ହେବ। ଏଥିପାଇଁ ଆଜିଠାରୁ ହିଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ବାହୁଡ଼ାଯାତ୍ରା ପାଇଁ ବଡ଼ି ଭୋରରୁ ଶରଧାବାଲିରୁ ସିଂହଦ୍ୱାର ଯାଏ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା। ଘଣ୍ଟଘଣ୍ଟା ଧ୍ୱନିରେ ଫାଟିପଡୁଥିଲା ବଡ଼ଦାଣ୍ଡ। ସମୟ ଯେତିକି ଗଡୁଥିଲା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ରଥଟଣାକୁ ନେଇ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ିବାରେ ଲାଗିଥିଲା। ପ୍ରଶାସନ ଧାର୍ଯ୍ୟ କରିଥିବା ସମୟର ୩ ଘଣ୍ଟା ଆଗରୁ ହିଁ ମହାପ୍ରଭୁଙ୍କ ନୀତିକାନ୍ତି ଓ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଟାହିଆ ହଲେଇ ଧାଡ଼ି ପହଣ୍ଡିରେ ଯାଇ ରଥରେ ପହଞ୍ଚିଥିଲେ। ଦିନ ୧୨ଟା ବେଳେ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଅଧାଘଣ୍ଟା ପୂର୍ବରୁ ପହଣ୍ଡି ଶେଷ ହେବା ସହ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇଥିଲେ। ଶ୍ରୀଜିଉଙ୍କ ସେନାପଟା ଲାଗି, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ଓ ଖେଚୁଡ଼ି ଭୋଗ ଆଦି ନିର୍ଦ୍ଧାରିତ ସମୟଠାରୁ ସଅଳ ଶେଷ ହେବା ପରେ ସକାଳ ପ୍ରାୟ ୯ଟା ୧୫ ବେଳକୁ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ସାଢ଼େ ୧୧ଟା ବେଳକୁ ପହଣ୍ଡି ସଂପନ୍ନ ହୋଇଥିଲା।

ଏହାପରେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ଶରଧାବାଲିରେ ପହଞ୍ଚିଥିଲେ। ଗଜପତି ମହାରାଜ ପହଞ୍ଚିବା ପରେ ୩ ରଥରେ ଛେରା ପହଁରା କରିଥିଲେ। ଛେରାପହଁରା ପରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ସେହି ମହାର୍ଘ ମୁହୂର୍ତ୍ତ ଆସି ପହଞ୍ଚିଥିଲା। ଚାରମାଳ ଫିଟା, ରଥରେ ଘୋଡ଼ା ଯଚା ହୋଇ ସାରଥୀ ଲାଗିବା ପରେ ଅଗଣିତ ଭକ୍ତ ରଥ ଟାଣିବାକୁ ଅଣ୍ଟା ଭିଡ଼ିଥିଲେ। ଅପରାହ୍ଣ ୪ଟା ବେଳେ ରଥ ଟଣା ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରାୟ ଗୋଟାଏ କୋଡ଼ିଏରେ ପ୍ରଥମେ ଘର୍ଘର ନାଦରେ ତାଳଧ୍ୱଜ ରଥ ଗଡ଼ିବା ଆରମ୍ଭ ହୋଇଥିଲା। ଏହି ସମୟରେ ଭକ୍ତିଭାବରେ ଉଛୁଳି ଉଠିଥିଲା ସମଗ୍ର ପରିବେଶ। ବର୍ଷା ନଥିଲା, କିନ୍ତୁ ଭକ୍ତିଭାବରେ ଭିଜୁଥିଲେ ଶ୍ରଦ୍ଧାଳୁ।

ବଡ଼ ଭାଇଙ୍କ ତାଳଧ୍ୱଜ ପରେ ଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ଆଡ଼କୁ ସହଶ୍ରାଧିକ ଭକ୍ତ ଟାଣି ନେଇଥିଲେ। ରଥ ସିଂହଦ୍ୱାର ଅଭିମୁଖେ ଯାଉଥିବା ବେଳେ ପରମ୍ପରା ଅନୁଯାୟୀ, ମାଉସୀ ମା’ଙ୍କ ମନ୍ଦିର ଆଗରେ ଅଟକି ଯାଇଥିଲା। ଏଠାରେ ମାଉସୀଙ୍କ ଠାରୁ ମହାବାହୁ ପୋଡ଼ପିଠା ଖାଇଥିଲେ। ପୋଡ଼ପିଠା ଖାଇବା ପରେ ତିନି ରଥ ପୁଣିଥରେ ସିଂହଦ୍ୱାର ଅଭିମୁଖେ ବାହାରିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୪୦ ସୁଦ୍ଧା ସିଂହଦ୍ୱାର ସମ୍ମୁଖରେ ତିନିରଥ ପହଞ୍ଚି ଯାଇଥିଲା।

ଆସନ୍ତାକାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। ରବିବାର ଅଧରପଣା ଓ ସୋମବାର ମହାପ୍ରଭୁ ନୀଳାଦ୍ରିବିଜେ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story