ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) କରୋନା ଯୁଦ୍ଧରେ ହାରିଗଲେ ମାଆ। କିନ୍ତୁ ଜିତିଲା ୭ ଦିନର ଶିଶୁ କନ୍ୟା । ମହାମାରୀକୁ ମାତ୍ ଦେଇ ପାଇଲା ନୂଆ ଜୀବନ । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରର ଅଙ୍ଗନବାଡ଼ି କର୍ମୀ ଦିପ୍ତୀମୟୀ ଦେବୀ ଗତ ୩୦ ତାରିଖରେ ଏହି ଶିଶୁ କନ୍ୟାର ପ୍ରସବ ପରେ ତା’ପର ଦିନ ଆଖି ବୁଜିଥିଲେ। ୯ ମାସର ଗର୍ଭବତୀ ଥିବା ସମୟରେ ଚିକିତ୍ସା ପାଇଁ ଯାଇଥିବାବେଳେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ତେବେ ସେହି ଅବସ୍ଥାରେ ସେ କନ୍ୟା ସନ୍ତାନଟିକୁ ଜନ୍ମ ଦେଇଥିଲେ ।
ହେଲେ ଜନ୍ମ ହେବା ପରେ ଶିଶୁ କନ୍ୟାଟିର ଶରୀରରେ ପ୍ରାଥମିକ କୋଭିଡ ଲକ୍ଷଣ ଦେଖାଦେଇଥିଲା । ମାଆ ଚାଲିଯାଇଥିଲେ ବି ଶିଶୁ କନ୍ୟାକୁ କିଭଳି କରୋନା କବଳରୁ ଉଦ୍ଧାର କରାଯିବ ସେଥିପାଇଁ ଶିଶୁ ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ସୁନିଲ ଅଗ୍ରୱାଲଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍ ।
କୋଭିଡ ହସପିଟାଲରେ ଚାଲିଥିଲା ତା ଚିକିତ୍ସା। ୫ରୁ ୬ଦିନ ପରେ କରୋନା ଲକ୍ଷଣ ହଟିବା ପରେ ଶିଶୁକନ୍ୟାକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।