ପ୍ରେମିକଙ୍କୁ ଖୋଜି ଖୋଜି ବଲାଙ୍ଗିରରେ ପାଟନା ଝିଅ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମୁଁ ତୁମକୁ ବାହା ହେବି… ତୁମେ ମୋର.. ମୁଁ ଯଦି କେବେ ମରିଯାଏ, ତୁ କେବେ ବାହାହେବୁନି…।  ଏମିତି କେତେ କ’ଣ କଥା ପ୍ରେମିକାଙ୍କୁ କହିଥିଲେ ପ୍ରେମିକ। ଆଉ ବାହାହେବା ପାଇଁ ଦେଇଥିଲେ ଖୋଲା ପ୍ରତିଶ୍ରୁତି। ପ୍ରେମିକଙ୍କ ଏପରି ମିଠାମିଠା କଥାକୁ ସହଜରେ ବିଶ୍ୱାସ କରି ନେଇଥିଲେ ପ୍ରେମିକା। ହେଲେ ପରବର୍ତ୍ତୀ ସମୟରେ ଧୋକା ଦେଇ ଚମ୍ପଟ ମାରିଲେ ପ୍ରେମିକ। ଏବେ ପ୍ରେମିକଙ୍କୁ ଖୋଜି ଖୋଜି ପାଟନାରୁ ବଲାଙ୍ଗିରରେ ପହଞ୍ଚିଛନ୍ତି ପ୍ରେମିକା। ବଲାଙ୍ଗିର […]

Balangir

Balangir

Manoranjan Sial
  • Published: Friday, 16 September 2022
  • Updated: 16 September 2022, 04:56 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମୁଁ ତୁମକୁ ବାହା ହେବି... ତୁମେ ମୋର.. ମୁଁ ଯଦି କେବେ ମରିଯାଏ, ତୁ କେବେ ବାହାହେବୁନି...।  ଏମିତି କେତେ କ’ଣ କଥା ପ୍ରେମିକାଙ୍କୁ କହିଥିଲେ ପ୍ରେମିକ। ଆଉ ବାହାହେବା ପାଇଁ ଦେଇଥିଲେ ଖୋଲା ପ୍ରତିଶ୍ରୁତି। ପ୍ରେମିକଙ୍କ ଏପରି ମିଠାମିଠା କଥାକୁ ସହଜରେ ବିଶ୍ୱାସ କରି ନେଇଥିଲେ ପ୍ରେମିକା। ହେଲେ ପରବର୍ତ୍ତୀ ସମୟରେ ଧୋକା ଦେଇ ଚମ୍ପଟ ମାରିଲେ ପ୍ରେମିକ। ଏବେ ପ୍ରେମିକଙ୍କୁ ଖୋଜି ଖୋଜି ପାଟନାରୁ ବଲାଙ୍ଗିରରେ ପହଞ୍ଚିଛନ୍ତି ପ୍ରେମିକା।

ବଲାଙ୍ଗିର ସହର ମାଲପଡାର ଏମ.ଡି. ଆଜମ୍‌ ମଲ୍ଲୀକ ବିହାର ପାଟନାରେ ବାହା ହୋଇଥିବା ଭଉଣୀଙ୍କ ଘରକୁ ନିୟମିତ ଯିବା ଆସିବା କରନ୍ତି। ସେହି ସମୟରେ ତାଙ୍କ ସହିତ ଦେଖା ହୋଇଥିଲା ନଜମା(ଛଦ୍ମନାମ)ଙ୍କ ସହିତ। ତା’ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଆଜମ୍‌ ମଲ୍ଲୀକ ଯେବେ ପାଟନା ଯାଉଥିଲେ, ସେତେବେଳେ ନଜମାଙ୍କୁ ଦେଖା କରି ଆସୁଥିଲେ। ସେହି ସମୟରେ ବାହା ହେବାକୁ ପ୍ରତିଶ୍ରୁତି ଦେଇଥିଲେ ଆଜମ୍‌ ମଲ୍ଲୀକ। ହେଲେ ବାହା ହେଉନଥିଲେ। ଯାହାକୁ ନେଇ ନଜମା ଚିନ୍ତିତ ଥିଲେ।

ତେବେ ଅଗଷ୍ଟ ୧୧ ତାରିଖ ଆଜମ୍‌ ମଲ୍ଲୀକ ପାଟନା ଯାଇଥିଲେ। ସେହି ସମୟରେ ସେ ନଜମାଙ୍କୁ ଦେଖା କରିଥିଲେ। ଆଉ ନଜମା ବାହାହେବା ପାଇଁ ଅଡି ବସିଥିଲେ। ସେତେବେଳେ ଆଜମ୍‌ ମଲ୍ଲୀକ କହିଥିଲେ, ବିବାହ କରିପାରିବି ନାହିଁ। କାରଣ ସେ ବିବାହିତ ବୋଲି ତାଙ୍କ ପ୍ରେମିକା ନଜମାଙ୍କୁ କହିଥିଲେ। ତା’ପର ଦିନ ଅର୍ଥାତ ୧୨ ତାରିଖ ସେ ବଲାଙ୍ଗିର ଫେରି ଆସିଥିଲେ। କିନ୍ତୁ ଆଉ ଧରାଛୁଆଁ ଦେଇନଥିଲେ। ଯେଉଁଥିପାଇଁ ଭାଙ୍ଗି ପଡ଼ିଥିଲେ ନଜମା। ନିଜର ପରୀକ୍ଷା ଥିବାରୁ ସେ ଆସିପାରିନଥିଲେ।

ପରୀକ୍ଷା ସରିବା ପରେ ଗୁରୁବାର ଦିନ ବଲାଙ୍ଗିରରେ ପହଞ୍ଚିଥିଲେ ନଜମା। ସେ ଟ୍ରେନ୍‌ରୁ ଓହ୍ଲାଇ ଆଜମ୍‌ ମଲ୍ଲୀକଙ୍କ ଘରେ ପହଞ୍ଚିଥିଲେ। ହେଲେ ଆଜମ୍‌ ମଲ୍ଲୀକଙ୍କ ପରିବାର ଲୋକ ଗେଟ୍‌ ଖୋଲିନଥିଲେ। ତାଙ୍କ ପରିବାର ଲୋକେ ତାଙ୍କୁ ଗାଳିଗୁଲଜ ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ନଜମା ବଲାଙ୍ଗିର ଟାଉନ୍‌ ଥାନାରେ ପହଞ୍ଚିଥିଲେ। ସେ ଆଜମ୍‌ ମଲ୍ଲୀକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବାକୁ ଚାହିଁଥିଲେ। ହେଲେ ତାଙ୍କ ଏଫ୍‌ଆଇଆର୍‌  ପୁଲିସ ଗ୍ରହଣ କଲାନାହିଁ। ପାଟନା ଥାନାରେ ଏତଲା ଦେବାକୁ ପୁଲିସ୍‌ କହିଥିବା ନଜମା ପ୍ରକାଶ କରିଛନ୍ତି। ଆଜମ୍‌ ମଲ୍ଲୀକ ବିବାହିତ ବୋଲି ଜାଣି ମଧ୍ୟ ବିବାହ କରିବାକୁ ଅଡି ବସିଛନ୍ତି ନଜମା। କିନ୍ତୁ ପୁଲିସ ଏତଲା ନରଖିବାରୁ ସେ ପାଟନା ଯାଇ ସେଠିକାର ଥାନାରେ ଏତଲା ଦେବାକୁ ନିଷ୍ପତ୍ତି କରିଥିବା ସୂଚନା ଦେଇଛନ୍ତି।

ତେବେ ଅଭିଯୋଗ ନେଇ ଆଜମ୍‌ ମଲ୍ଲୀକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story