ପୁଲିସ ନାମରେ ଲଭ୍‌, ସେକ୍ସ ଧୋକା ଅଭିଯୋଗ

ଭଦ୍ରକ(ଓଡ଼ିଶା ରିପୋର୍ଟର):ପୁଲିସ ଘରେ ପ୍ରେମ କାହାଣୀ । ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ସେକ୍ସ । ଆଉ ତା’ପରେ ଧୋକା। ମହିଳା କନଷ୍ଟେବଳଙ୍କୁ ଧୋକା ଦେଇ ଜଣେ କନଷ୍ଟେବଳ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା କନଷ୍ଟେବଳଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଛି। ଗିରଫ କନଷ୍ଟେବଳ ହେଉଛନ୍ତି ଜଗତପତି ହାଁସଦା । ଵିଵାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ନେଇ ଥାନାରେ ଏତଲା […]

590

Tapas Behera
  • Published: Tuesday, 17 December 2019
  • , Updated: 17 December 2019, 05:45 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର):ପୁଲିସ ଘରେ ପ୍ରେମ କାହାଣୀ । ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ସେକ୍ସ । ଆଉ ତା’ପରେ ଧୋକା। ମହିଳା କନଷ୍ଟେବଳଙ୍କୁ ଧୋକା ଦେଇ ଜଣେ କନଷ୍ଟେବଳ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା କନଷ୍ଟେବଳଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଛି। ଗିରଫ କନଷ୍ଟେବଳ ହେଉଛନ୍ତି ଜଗତପତି ହାଁସଦା ।

ଵିଵାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ନେଇ ଥାନାରେ ଏତଲା ଦେଇଥିଲେ  ମହିଳା କନଷ୍ଟେବଳ। ଗିରଫ କନଷ୍ଟେବଳଙ୍କ କହିବା କଥା ହେଲା ଯେ ସେ ବିବାହ ପାଇଁ ପ୍ରସ୍ତୁତ। କିନ୍ତୁ ପୁଲିସ କଣ କରୁଛି ସେ ଜାଣି ନାହାନ୍ତି । ସୂଚନା ଅନୁଯାୟୀ କନଷ୍ଟେବଳ ଜଗତପତି  ନିଜ ତଳ ବ୍ୟାଚର ମହିଳା କନଷ୍ଟେବଳଙ୍କୁ ପ୍ରେମ କରୁଥିଲେ ।

ପରେ ବିବାହ ପାଇଁ ରାଜି ନ ହେବାରୁ ମହିଳା କନେଷ୍ଟବଳ ଜଣକ ଏନେଇ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଥିଲେ । ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ପରେ ଟାଉନ ପୁଲିସ ଅଭିଯୁକ୍ତ କନଷ୍ଟେବଳ ଜଗତପତି ହାଁସଦକୁ ଗିରଫ କରି ଡାକ୍ତରୀ ପରୀକ୍ଷା କରାଇଛି । ଅଭିଯୁକ୍ତ କନେଷ୍ଟବଳକୁ ଗିରଫ ପରେ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଭଦ୍ରକ ଟାଉନ ପୁଲିସ 385/ 19 ମାମଲା ରୁଜୁ କରି ଦଫା  376(1), 493, 417,312, 506 ଲଗାଇଛି।

Related story