ପ୍ରେମିକ ପଳାଇ ଆସିଲେ, ପ୍ରେମିକା ବି ରହିପାରିଲେନି

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ମାଓ ସଙ୍ଗଠନ ଛାଡ଼ିଲେ ମହିଳା ମାଓ କମାଣ୍ଡର।  ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ୱାଡା ଜିଲ୍ଲାରେ।  ଇନ୍ଦ୍ରାବତୀ ଏରିଆ କମିଟିର ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲେ ମହିଳା ମାଓବାଦୀ ଜୟ ଇସ୍ତାମ । ମାଓ ସଙ୍ଗଠନ ପାଇଁ କାମ କରୁଥିବା ବେଳେ ସେଠାରେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଲକ୍ଷ୍ମଣଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା।  କିନ୍ତୁ କିଛି ଦିନ ପୂର୍ବରୁ ଲକ୍ଷ୍ମଣ ମାଓବାଦୀଙ୍କ […]

nbv

Tapas Behera
  • Published: Sunday, 08 March 2020
  • , Updated: 08 March 2020, 04:26 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ମାଓ ସଙ୍ଗଠନ ଛାଡ଼ିଲେ ମହିଳା ମାଓ କମାଣ୍ଡର।  ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ୱାଡା ଜିଲ୍ଲାରେ।  ଇନ୍ଦ୍ରାବତୀ ଏରିଆ କମିଟିର ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲେ ମହିଳା ମାଓବାଦୀ ଜୟ ଇସ୍ତାମ । ମାଓ ସଙ୍ଗଠନ ପାଇଁ କାମ କରୁଥିବା ବେଳେ ସେଠାରେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଲକ୍ଷ୍ମଣଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା।  କିନ୍ତୁ କିଛି ଦିନ ପୂର୍ବରୁ ଲକ୍ଷ୍ମଣ ମାଓବାଦୀଙ୍କ ଠାରୁ ନିଜକୁ ଅଲଗା କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ତେବେ ପ୍ରେମିକା ପୁଣି ଥରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଲକ୍ଷ୍ମଣ ଜୟ ଇସ୍ତାମଙ୍କୁ ଚିଠି ଲେଖିଥିଲେ।  ଇସ୍ତାମଙ୍କୁ ମିଳିବା ପରେ ସେ ବି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ଦାନ୍ତେଓ୍ୱାଡ଼ା ପୁଲିସ ନିକଟରେ ଜୟ ଇସ୍ତାମ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁରେ ବିଭିନ୍ନ ମାମଲ ଥିବା ସହ ତାଙ୍କୁ ଧରାଇ ଦେବା ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

Related story