ବେଡ୍‌ ରୁମ୍‌ରେ ଝୁଲିଛି ସ୍ୱାତୀ ଓ କୌଶିକଙ୍କ ମୃତଦେହ

କଲ୍ୟାଣସିଂହପୁର (ମାଉଡି ବାରିକ): ବେଡ୍‌ ରୁମ୍‌ରେ ଝୁଲିଛି ସ୍ୱାତୀ ଓ କୌଶିକଙ୍କ ମୃତଦେହ। ଉଭୟ ପରସ୍ପରକୁ ଭଲ ପାଉଥିବା ବେଳେ ଆତ୍ମହତ୍ୟା କଲେ କାହିଁକି? ଏପରି ଆଲୋଚନା ଭିତରେ ସ୍ୱାତୀଙ୍କ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ। ସ୍ୱାତୀଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଅଭିଯୋଗ ଆଣିଛନ୍ତି। ରାୟଗଡା ସହର ଶୁଣ୍ଢି ସାହିରେ ସ୍ଵାତୀ ପତ୍ରଙ୍କ ବୟସ ପ୍ରାୟ ୧୪ ବର୍ଷ ହେବ। ସେ ଦଶମ ଶ୍ରେଣୀରେ ପଢ଼ନ୍ତି। ସବୁଦିନ ପରି ଆଜି ସକାଳେ […]

suicide

Manoranjan Sial
  • Published: Tuesday, 28 December 2021
  • , Updated: 28 December 2021, 09:44 PM IST

କଲ୍ୟାଣସିଂହପୁର (ମାଉଡି ବାରିକ): ବେଡ୍‌ ରୁମ୍‌ରେ ଝୁଲିଛି ସ୍ୱାତୀ ଓ କୌଶିକଙ୍କ ମୃତଦେହ। ଉଭୟ ପରସ୍ପରକୁ ଭଲ ପାଉଥିବା ବେଳେ ଆତ୍ମହତ୍ୟା କଲେ କାହିଁକି? ଏପରି ଆଲୋଚନା ଭିତରେ ସ୍ୱାତୀଙ୍କ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ। ସ୍ୱାତୀଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଅଭିଯୋଗ ଆଣିଛନ୍ତି।

ରାୟଗଡା ସହର ଶୁଣ୍ଢି ସାହିରେ ସ୍ଵାତୀ ପତ୍ରଙ୍କ ବୟସ ପ୍ରାୟ ୧୪ ବର୍ଷ ହେବ। ସେ ଦଶମ ଶ୍ରେଣୀରେ ପଢ଼ନ୍ତି। ସବୁଦିନ ପରି ଆଜି ସକାଳେ ସେ ଟ୍ୟୁସନ୍‌ ଯାଇଥିଲା। ହେଲେ ଘରକୁ ଫେରିନଥିଲା। ମଧ୍ୟାହ୍ନରେ ଘରକୁ ଆସିଲା ଦୁଃଖ ଖବର। ସ୍ୱାତୀଙ୍କ ମୃତଦେହ ରାହୁଲ କୌଶିକଙ୍କ ବେଡ୍‌ ରୁମ୍‌ରେ ଝୁଲୁଥିବା ପରିବାର ଲୋକେ ଶୁଣିବାକୁ ପାଇଲେ। ପଙ୍ଖାରେ ସ୍ୱାତୀ ଓ କୌଶିକ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି।

ଝୁଲନ୍ତା ମୃତଦେହ ଦେଖି କୌଶିକଙ୍କ ପରିବାର ଲୋକ ଥାନାକୁ ଖବର ଦେଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ସେପଟେ ସ୍ୱାତୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସ୍ୱାତୀଙ୍କୁ ହତ୍ୟା କରାଯାଇ ଘର ଭିତରେ ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାତ୍ର ଏନେଇ କୌଶିକଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଆଲୋଚନା ହେଉଛି, କୌଶିକ ଜଣେ ବିବାହିତ ଯୁବକ। ତାଙ୍କର ପତ୍ନୀ ରହିଛନ୍ତି। କିନ୍ତୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ସ୍ତ୍ରୀଙ୍କଠାରୁ ଅଲଗା ରହୁଥିବା କୌଶିକ ଦଶମ ଶ୍ରେଣୀରେ ପଢ଼ୁଥିବା ସ୍ୱାତୀଙ୍କୁ ଭଲ ପାଉଥିଲେ। ସ୍ୱାତୀ ମଧ୍ୟ ତାଙ୍କୁ ଭଲ ପାଉଥିବା ଶୁଣିବାକୁ ମିଳୁଛି। ବାହା ହେବେ ବୋଲି ପରସ୍ପରକୁ କଥା ଦେଇଥିଲେ। ହେଲେ ଏଥିରେ ପରିବାର ଲୋକେ ରାଜି ନହେବାରୁ ଉଭୟ ଏପରି ଚରମ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି।

Related story