‘ସେମାନେ ଆମ ଫଟୋ ଭାଇରାଲ କରିବାକୁ ଧମକ ଦେଲେ, ତେଣୁ ଜୀବନ ହାରିଲୁ’

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ‘ବାବା ମୁଁ ବହୁତ ବଡ଼ ଭୁଲ କରିଛି, ମୋତେ କ୍ଷମା କରିଦେବ । ମୁଁ ଯାହାକୁ ଭଲ ପାଉଛି ତାହା ସହ ବଞ୍ଚିବାକୁ ଚାହୁଁଥିଲି। ହେଲେ କିଛି ଯୁବକ ଆମ ଫଟୋ ଉଠାଇ ଭାଇରାଲ କରିଦେବାର ଧମକ ଦେଉଛନ୍ତି। ବହୁତ ଗୋଡ଼ ହାତ ଧରିଲୁ, କାକୁତିମିନତି ହେଲୁ, ହେଲେ ମାନିଲେନି। ଏବିଷୟରେ ସମସ୍ତେ ଜାଣିଲେ ମୁଣ୍ଡ ଟେକି ବଞ୍ଚିପାରିବୁନି । ତମମାନଙ୍କୁ ବହୁତ ଅପମାନିତ କରିଛି। ଆଉ କରିବାକୁ ଚାହୁଁନି। ତେଣୁ […]

lady

lady

Niharika Rout
  • Published: Thursday, 09 June 2022
  • Updated: 09 June 2022, 01:40 PM IST

Sports

Latest News

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ‘ବାବା ମୁଁ ବହୁତ ବଡ଼ ଭୁଲ କରିଛି, ମୋତେ କ୍ଷମା କରିଦେବ । ମୁଁ ଯାହାକୁ ଭଲ ପାଉଛି ତାହା ସହ ବଞ୍ଚିବାକୁ ଚାହୁଁଥିଲି। ହେଲେ କିଛି ଯୁବକ ଆମ ଫଟୋ ଉଠାଇ ଭାଇରାଲ କରିଦେବାର ଧମକ ଦେଉଛନ୍ତି। ବହୁତ ଗୋଡ଼ ହାତ ଧରିଲୁ, କାକୁତିମିନତି ହେଲୁ, ହେଲେ ମାନିଲେନି। ଏବିଷୟରେ ସମସ୍ତେ ଜାଣିଲେ ମୁଣ୍ଡ ଟେକି ବଞ୍ଚିପାରିବୁନି । ତମମାନଙ୍କୁ ବହୁତ ଅପମାନିତ କରିଛି। ଆଉ କରିବାକୁ ଚାହୁଁନି। ତେଣୁ ଆମେ ଦୁହେଁ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଉଛୁ । ଏଥିରେ କାହାର କିଛି ଦୋଷ ନାହିଁ। ’

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଗତକାଲି ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆଜି ନାବାଳିକାଙ୍କ ପରିବାର ଲୋକେ ପାଇଛନ୍ତି ଏପରି ହାତଲେଖା ଚିଠି। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ଫଟୋ ଓ ଭିଡିଓ ଭାଇରାଲ ହେବା ଆଶଙ୍କାରେ ଭୟଭୀତ ହୋଇ ଏହି ପ୍ରେମୀ ଯୁଗଳ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ନାବାଳିକ ଜଣଙ୍କ ୨ ଫର୍ଦ୍ଦ ହାତଲେଖା ଚିଠି ମିଳିଛି। ସେଥିରେ ଲେଖା ଅଛି,  “ଆମେ ଦୁହେଁ ବହୁ ଦିନ ହେବ ପରସ୍ପରକୁ ଭଲ ପାଉଛୁ । ସେ ବାଙ୍ଗାଲୋର ପଳାଇବେ ବୋଲି ଜାଣି ଦେଖା କରିବାକୁ ଯାଇଥିଲି। ସେଠାରେ ଗୋପିନାଥପୁର ଓ ମଠପୁରର ୩ ଜଣ ଯୁବକ ଆମର ଫଟୋ ଉଠାଇବା ସହ ଭିଡିଓ କରିଦେଲେ। ଫେସବୁକ୍‌ରେ ଛାଡ଼ି ଭାଇରାଲ କରିବେ ବୋଲି ଆମକୁ ଧମକ ଦେଲେ।  ଆମଠୁ ୫ଶହ ଟଙ୍କା ନେଲେ, ହେଲେ ଫଟୋ ଡିଲିଟ କଲେନି।”

ଏଥିସହ ସେ ଲେଖିଛନ୍ତି “ମୁଁ ଘରୁ କିଛି ବି ନେଇନି। ମୋ ପାଇଁ ମାମୁ ବାହାଘର ବନ୍ଦ କରିବନି । ମୋତେ କେହି ଖୋଜିବନି । ବାପା, ବୋଉ ଜମା କାନ୍ଦିବନି ।  ପୁଅକୁ ଗାଳି କରିବନି ।  ମୋ’ ବାହାଘର ପାଇଁ ଯେଉଁ ଟଙ୍କା ଖର୍ଚ୍ଚ କରିଥାନ୍ତ, ଏବେ ସେହି ଟଙ୍କାରେ ଘର କରିଦେବ । ପୁଅକୁ ପାଠ ପଢ଼େଇବ। ” ଝିଅ ଆଉ ନ ଥିବା ବେଳେ ତା’ ହାତ ଲେଖା ଚିଠି ପଢ଼ି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ଏନେଇ ସେମାନେ ଥାନାରେ ଲିଖିତ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ମୃତ ନାବାଳିକାଙ୍କ ଭାଇ ।

ବାଲୁଗାଁ ଥାନା ଅଞ୍ଚଳର ନାବାଳିକାଙ୍କର ବାଣପୁର ଥାନା ଅଞ୍ଚଳର ଜଣେ ନାବାଳକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଗୋଟିଏ କଲେଜରେ ପଢ଼ୁଥିବା ବେଳେ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେଇଥିଲେ। ନାବାଳକଙ୍କ ଘର ନିକଟରେ ନାବାଳିକାଙ୍କ ମାମୁ ଘର ହୋଇଥିବା ବେଳେ ସେ ସେଠାକୁ ଯା’ଆସ କରୁଥିଲେ। ଏହା ମଧ୍ୟରେ ଉଭୟଙ୍କର ଚିହ୍ନା ପରିଚୟ ହୋଇ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।  ଉଭୟ ନିଜ ସୁନେଲି ଭବିଷ୍ୟତକୁ ନେଇ ହଜାରେ ସ୍ୱପ୍ନ ଦେଖିଥିବା ବେଳେ ତାହା କିନ୍ତୁ ଚୁରମାର ହୋଇ ଯାଇଛି।

ଉଭୟେ ବିଷ୍ଣୁଡିହ ଗାଁର ପାଣିଟାଙ୍କି ନିକଟରେ ବିଷପାନ କରି ମଙ୍ଗଳବାର ସନ୍ଧ୍ୟାରେ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ଜଣଙ୍କୁ ଭୁବନେଶ୍ୱର ଏବଂ ଅନ୍ୟ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଗତକାଲି ଉଭୟଙ୍କ ଅନ୍ତିମ ସତ୍କାର କରାଯାଇଥିଲା।

ଉଭୟ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ, ତାକୁ ନେଇ ଜୋର ଚର୍ଚ୍ଚା ଚାଲିଥିଲା। ତେବେ ନାବାଳିକାଙ୍କ ପରିବାର ଲୋକେ ତାଙ୍କର ଏକ ହାତଲେଖା ଚିଠି ପାଇଥିବା ବେଳେ ଏବେ ଧୀରେ ଧୀରେ ଆତ୍ମହତ୍ୟାର କାରଣ ଉପରୁ ପରଦା ହଟିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story