ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲେ ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼, ଅନୁଗୋଳ। ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, […]

rain-fall

Ranjit Kumar Jena
  • Published: Friday, 11 June 2021
  • , Updated: 11 June 2021, 06:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲେ ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼, ଅନୁଗୋଳ।

ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଲଘୁଚାପଜନିତ ବର୍ଷା ପ୍ରଭାବରେ କିଛି ସ୍ଥାନରେ ହଠାତ୍ ବନ୍ୟା ପରିସ୍ଥିତି ଉପୁଜି ପାରେ ବୋଲି ସୂଚନା ମିଳିଛି।

ଏହାକୁ ଦୃଷ୍ଟିରେ ରଖି ଏସଆରସି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଲଗାତର ବର୍ଷା ଯୋଗୁ ଅଧିକାଂଶ ନଦୀ, ନାଳରେ ଜଳର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ। ଏସଆରସି ମଧ୍ୟ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ତଳତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ଥିବା କହିଛନ୍ତି।

ସେହିପରି ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନ ଚିହ୍ନଟ ସହିତ ଏଠାରୁ ଜବରଦଖଲ ହଟାଇବା, ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ର ସହାୟତା ନେବା, ସହରାଂଚଳରୁ କଠିନ ବର୍ଜ୍ୟବସ୍ତୁ ହଟାଇବା, ଜଳବନ୍ଦୀ ପରିଚାଳନା ପାଇଁ ପମ୍ପ, ଡିଜିସେଟ୍ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ପଡୁଥିବା ଜାଳେଣି ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ବର୍ଷା ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ସହିତ ଯେଭଳି କୌଣସି ସହରାଂଚଳରେ ଜଳବନ୍ଦୀ କିମ୍ବା ବନ୍ୟା ଭଳି ସ୍ଥିତି ନଉପୁଜେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି।

Related story