Advertisment

ଘନୀଭୂତ ହେଉଛି ଲଘୁଚାପ; ୧୯ରେ ଅତି ପ୍ରବଳ ବର୍ଷା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଜି ସକାଳେ ଏହା ଏକ ୱେଲ୍‌ ମାର୍କ ଲୋପ୍ରେସରରେ ପରିଣତ ହୋଇ ଦକ୍ଷିଣ –ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଅର୍ଥାତ୍‌ ଗତ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାବ୍ୟତୀତ ଆଇଏମ୍‌ଡି ଡିଜି  କହିଛନ୍ତି,“ ଆମେ ଅନୁମାନ କରୁଛୁ ଯେ, ଉତ୍ତର-ପଶ୍ଚିମ ଦିଗରେ ଏହା ଗତି ଜାରି […]

ଅଦ୍ୟତନ ହୋଇଛି
ଘନୀଭୂତ ହେଉଛି ଲଘୁଚାପ; ୧୯ରେ ଅତି ପ୍ରବଳ ବର୍ଷା

weather

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଜି ସକାଳେ ଏହା ଏକ ୱେଲ୍‌ ମାର୍କ ଲୋପ୍ରେସରରେ ପରିଣତ ହୋଇ ଦକ୍ଷିଣ –ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଅର୍ଥାତ୍‌ ଗତ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Advertisment

ଏହାବ୍ୟତୀତ ଆଇଏମ୍‌ଡି ଡିଜି  କହିଛନ୍ତି,“ ଆମେ ଅନୁମାନ କରୁଛୁ ଯେ, ଉତ୍ତର-ପଶ୍ଚିମ ଦିଗରେ ଏହା ଗତି ଜାରି ରଖିବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ଆସନ୍ତାକାଲି ଅର୍ଥାତ୍ ୧୫ ତାରିଖରେ ଡିପ୍ରେସନର ରୂପ ନେବ। ୧୬ ତାରିଖ ସନ୍ଧ୍ୟାରେ ଏହା ସାଇକ୍ଲୋନିକ୍‌ ତଥା ବାତ୍ୟାରେ ପରିଣତ ହୋଇପାରେ। ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରହିବ। ଦକ୍ଷିଣ-ପର୍ବ ବଙ୍ଗୋପସାଗରରୁ ଧୀରେ ଧୀରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ। ଆଉ ତା’ପରେ ଦିଗ ପରିବର୍ତ୍ତନ ହୋଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ୧୮ରୁ ୧୯ ତାରିଖ ଭିତରେ ଏହା ଏଭଳି ଗତି କରି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହାର ପ୍ରଭାବରେ ୧୮ଓ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ଅଶାନ୍ତ ହେବ। ଧୀରେ ଧୀରେ ସେଠାରେ ପବନ ବଢ଼ିବାରେ ଲାଗିବ। ତେଣୁ ମତ୍ସଜୀବୀଙ୍କୁ ବିଶେଷ ସତର୍କ ସୂଚନା ଦିଆଯାଇଛି।”

ସେ ଆହୁରି କହିଛନ୍ତି,“ଆସନ୍ତାକାଲି ଏହା ଡିପ୍ରେସନରେ ପରିଣତ ହେଲାପରେ ଏହାର ନିର୍ଦ୍ଦିଷ୍ଟ ଗତିପଥର ପୂର୍ବାନୁମାନ କରିବୁ। ସେହି ଅନୁସାରେ ଉପକୂଳ ନିକଟରେ ପହଞ୍ଚିଲେ ତାର ତୀବ୍ରତା କେତେ ରହିବ ତାର ମଧ୍ୟ ପୂର୍ବନୁମାନ କରିବୁ। ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ଓଡ଼ିଶା ନିକଟସ୍ଥ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ। ପବନ ବଢ଼ିବ। ତେଣୁ ମତ୍ସଜୀବୀଙ୍କ ପାଇ ବିପଦ ରହିଛି। ୧୮ ତାରିଖଠୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ଯିବା ଉଚିତ ନୁହଁ। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି, ସେମାନେ ୧୮ ତାରିଖ ପୂର୍ବରୁ ଉପକୂଳକୁ ଫେରି ଆସନ୍ତୁ। ଏହାସହିତ ପ୍ରାୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ହୋଇପାରେ। କେତେକ ସ୍ଥାନରେ୧୮ ତାରିଖରେ ପ୍ରବଳ ବର୍ଷା ହୋଇପାରେ। ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe