ଶିଶୁ ଦିବସରେ ରେଷ୍ଟୁରାଣ୍ଟ ବୁଲିଲେ, ମାଗଣାରେ ଭଳିକି ଭଳି ଖାଦ୍ୟ ଖାଇଲେ ନିଷ୍ପାପ ଶିଶୁ

ନବରଙ୍ଗପୁର(ନବଘନ ବିଶୋୟୀ): ରେଷ୍ଟୁରାଣ୍ଟ ଭିତରେ ଝାପସା ଝାପସା ଲାଇଟ୍‌ ଜଳୁଥିବା ବେଳେ ଏସି ବି ଚାଲିଛି।  ଧିମା ଧିମା ମ୍ୟୁଜିକର ତାଳେ ତାଳେ ମନ ଝୁମୁଥିବା ବେଳେ ଡାଇନିଂ ଟେବୁଲରେ ବସି ଖାଇବାର ମଜା ପ୍ରାୟତଃ ସମସ୍ତେ ଉଠାଇଛନ୍ତି। ହେଲେ ନବରଙ୍ଗପୁରର କିଛି ଅସହାୟ ଗରୀବ ପିଲାଙ୍କ ପାଇଁ ଏପରି ପରିବେଶ ତଥା ଖାଦ୍ୟ ସମ୍ପୂର୍ଣ୍ଣ ନୂଆ। ଏପରି କୁନି କୁନି ନିଷ୍ପାପ ଶିଶୁଙ୍କୁ ଆଣି ପେଟଭରି ଭଳିକି ଭଳି ସୁଆଦିଆ ଖାଦ୍ୟ ଖୁଆଇଛନ୍ତି ନବରଙ୍ଗପୁର ସହର […]

pic

pic

Niharika Rout
  • Published: Tuesday, 15 November 2022
  • Updated: 15 November 2022, 12:49 PM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ): ରେଷ୍ଟୁରାଣ୍ଟ ଭିତରେ ଝାପସା ଝାପସା ଲାଇଟ୍‌ ଜଳୁଥିବା ବେଳେ ଏସି ବି ଚାଲିଛି।  ଧିମା ଧିମା ମ୍ୟୁଜିକର ତାଳେ ତାଳେ ମନ ଝୁମୁଥିବା ବେଳେ ଡାଇନିଂ ଟେବୁଲରେ ବସି ଖାଇବାର ମଜା ପ୍ରାୟତଃ ସମସ୍ତେ ଉଠାଇଛନ୍ତି। ହେଲେ ନବରଙ୍ଗପୁରର କିଛି ଅସହାୟ ଗରୀବ ପିଲାଙ୍କ ପାଇଁ ଏପରି ପରିବେଶ ତଥା ଖାଦ୍ୟ ସମ୍ପୂର୍ଣ୍ଣ ନୂଆ। ଏପରି କୁନି କୁନି ନିଷ୍ପାପ ଶିଶୁଙ୍କୁ ଆଣି ପେଟଭରି ଭଳିକି ଭଳି ସୁଆଦିଆ ଖାଦ୍ୟ ଖୁଆଇଛନ୍ତି ନବରଙ୍ଗପୁର ସହର ସ୍ଥିତ ହୋଟେଲ ପୂଜା ମାଲିକ ବିଭୁତି ଭୁଷଣ ଲେଙ୍କା l

ଗତକାଲି ଶିଶୁ ଦିବସ ଅବସରରେ ଏଭଳି କିଛି ଗରିବ, ନିଷ୍ପାପ ଶିଶୁଙ୍କୁ ଖାଇବାକୁ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ହୋଟେଲ ମାଲିକଜଣକ । ଏଥିନିମନ୍ତେ ସେ ବସ୍ତି ପିଲାଙ୍କ ସହ ମ୍ୟୁନିସିପାଲିଟିର ସଫେଇ କର୍ମଚାରୀଙ୍କ ପିଲାଙ୍କୁ ବାଛିଥିଲେ। ପିଲାଟି ଦିନୁ ଅଭାବ ଅନଟନରେ ବଢ଼ିଥିବା ଏହି ପିଲାମାନେ ରେଷ୍ଟୁରାଣ୍ଟ କ’ଣ ଜାଣି ନ ଥିବା ବେଳେ ଏପରି ସୁଆଦିଆ ଖାଦ୍ୟ ବି ତାଙ୍କ ପାଟିରେ ବାଜି ନ ଥିଲା।

[caption id="attachment_781620" align="aligncenter" width="650"]pic ଏକ ଖୁସି ମୁହୁର୍ତ୍ତରେ କୁନି କୁନି ପିଲା।[/caption]

ଏପରି ପ୍ରାୟ ଶହେରୁ ଊର୍ଦ୍ଧ୍ୱ ପିଲାଙ୍କୁ ନିଜ ହୋଟେଲକୁ ଡାକି ଗୋଲାପ ଫୁଲ ଦେଇ ପାଛୋଟି ନେଲେ ଖୋଦ ହୋଟେଲ ମାଲିକ । ଏହାପରେ ସେମାନଙ୍କୁ ଡାଇନିଂ ଟେବୁଲରେ ବସାଇ ମନ ପସନ୍ଦର ଖାଦ୍ୟ ପରଷି ଦେଲେ। କିଏ ଆମେରିକାନ ଚିପ୍ସ ଖାଇଲା ତ କିଏ ସୁପ୍‌ର  ମଜା ନେଲା। କିଏ ମନ ପସନ୍ଦର ବିରିଆନି ଅର୍ଡର କଲା ତ କିଏ ଚିଲି ଚିକେନକୁ ବାଛିଲା। କେବଳ ସେତିତି ନୁହେଁ ମନ ଇଚ୍ଛା ଆଇସକ୍ରିମ୍ ଖାଇବା ସହ କୋଲଡ୍ରିଙ୍କ୍ସ ବି ପିଇଲେ। ହେଲେ ଏଥିନିମନ୍ତେ ସେମାନଙ୍କୁ କିଛି ବି ପଇସା ଦେବାକୁ ପଡ଼ିଲାନି।

ଶିଶୁ ଦିବସରେ ଗରୀବ ପିଲାଙ୍କୁ ଡାକି ନିଜ ହୋଟେଲରେ ପେଟ ପୁରା ଖାଇବାକୁ ଦେଇ ପ୍ରଶଂସା ସାଉଣ୍ଟୁଛନ୍ତି ନବରଙ୍ଗପୁରର ପୂଜା ହୋଟେଲ ମାଲିକ।  ନବରଙ୍ଗପୁର ଜିଲ୍ଲାପାଳ କୋମଳ ଲୋଚନ ମିଶ୍ର ମଧ୍ୟ ରେଷ୍ଟୁରାଣ୍ଟରେ ପହଞ୍ଚି ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

[caption id="attachment_781621" align="aligncenter" width="650"]collector ଜିଲ୍ଲାପାଳ ରେଷ୍ଟୁରାଣ୍ଟ ବୁଲି ପିଲାଙ୍କୁ ଦେଖୁଛନ୍ତି ।[/caption]

ଏନେଇ ହୋଟେଲ ମାଲିକ କହିଛନ୍ତି, ଶିଶୁ ଦିବସରେ କିଛି ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ସ୍ଥିର କରି ବସ୍ତି ଅଞ୍ଚଳର ପିଲାଙ୍କୁ ଡାକିଥିଲୁ। ସେମାନଙ୍କ ମୁହଁରେ ଆତ୍ମସନ୍ତୋଷର ହସ ଦେଖି ଖୁବ୍‌ ଖୁସି ଲାଗିଛି। ଏହି ପିଲାମାନେ କେବେ ରେଷ୍ଟୁରାଣ୍ଟ ଯାଇ ନ ଥିଲେ। ସେମାନଙ୍କୁ ଏହି ଖୁସି ଦେବାକୁ ଶିଶୁ ଦିବସ ଦିନକୁ ହିଁ ବାଛିଲୁ।

ହୋଟେଲ ମାଲିକ ବହୁ ମହନୀୟତା ଦେଖାଇଛନ୍ତି । ଅନ୍ୟ ବ୍ୟବସାୟୀ ବି ଏହାଦ୍ୱାରା ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର।

[caption id="attachment_781622" align="aligncenter" width="650"]rose କୁନି କୁନି ପିଲାଙ୍କୁ ଗୋଲାପ ଦେଇ ପାଛୋଟି ନେଉଛନ୍ତି ହୋଟେଲ ମାଲିକ ।[/caption]

ଗତବର୍ଷ ନବରଙ୍ଗପୁର ଜିଲ୍ଲାର ଜଣେ ବ୍ୟବସାୟୀ ବହୁ ଅନାଥ ପିଲାଙ୍କୁ ସପିଂ ମଲ ବୁଲାଇବା ସହ ସେମାନଙ୍କୁ ମନ ପସନ୍ଦର ଡ୍ରେସ ମାଗଣାରେ ଦେଇଥିଲେ। ଏପରି ସମାଜସେବା ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ସେମାନେ ମଧ୍ୟ ଏଦିଗରେ ସହଯୋଗ କରିବାକୁ ଆଗେଇ ଆସିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି ।

ଏପରି ଜାଗାକୁ ଆସି ଖୁବ୍‌ ଭଲ ଲାଗୁଛି ତଥା ଏପରି ସୁଆଦିଆ ଖାଦ୍ୟ କେବେ ଆଗରୁ ଖାଇ ନ ଥିଲୁ ବୋଲି ହସ ହସ ମୁହଁରେ କହିଛନ୍ତି ପିଲାମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story