ପିଲାଙ୍କ ପାଇଁ ଆସୁଛି ପୋକ ସାଲୁବାଲୁ ଛତୁଆ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଛୋଟ ଛୋଟ ପିଲା ତଥା ଗର୍ଭବତୀ ମହିଳାଙ୍କୁ ଅପପୁଷ୍ଟିରୁ ରକ୍ଷା କରିବାକୁ ସରକାର ପ୍ରଣୟନ କରୁଛନ୍ତି ବହୁ ଯୋଜନା । ଅଙ୍ଗନୱାଡି କେନ୍ଦ୍ର ଜରିଆରେ ମାଗଣା ଛତୁଆ ବଣ୍ଟନ କରାଯାଉଛି। ହେଲେ ସେଥିରେ ବି ହେଉଛି ଘୋଟାଲା। ଛତୁଆ ପ୍ୟାକେଟରେ ସାଲୁବାଲୁ ହେଉଛି ପୋକ । ଜିଅନ୍ତା ସହ ମଲା ପୋକ ବି ପ୍ୟାକେଟରୁ ବାହାରୁଛନ୍ତି। ଏକ୍ସପାରି ଡେଟ ଚାଲିଯିବା ସତ୍ତ୍ୱେ ଛତୁଆ ବଣ୍ଟନ ହେଉଥିବା ଅଭିଯୋଗ ହେଉଛି। ଏପରି ଛତୁଆ ପିଲା ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଅଭିଯୋଗ ହେଉଛି । ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି ଏପରି ଘଟଣା। ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ମା’ ବୁଢୀ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ଛତୁଆ ବଣ୍ଟନ କରିଥାଏ । ଏହି ସଙ୍ଗଠନ ପକ୍ଷରୁ ବ୍ଲକର ପ୍ରାୟ ୨୧ଟି ପଞ୍ଚାୟତରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଇଛି।

ପ୍ୟାକେଟରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଖାଦ୍ୟ ତିଆରି ହେବାର ମାସେ ଭିତରେ ଖାଦ୍ୟ ବ୍ୟବହାର ଦରକାର। କିନ୍ତୁ ଏଠି ଖାଦ୍ୟ ବଣ୍ଟା ହେବା ବେଳକୁ କେତେ ମାସ ବିତି ସାରିଲାଣି ତାହାର ହିସାବ କାହା ପାଖରେ ନାହିଁ । ଏମିତିକି ପ୍ୟାକେଟ୍ ଉପରେ ୨ ପରସ୍ତ ଜରି ସିଲ୍ କରାଯାଇଥିବା ବେଳେ ପେନ୍ରେ ପ୍ରସ୍ତୁତି ତାରିଖ ଲେଖାଯାଇଛି । ଏପରିକି ପ୍ୟାକେଟ୍ରେ ପ୍ରଥମେ ଏପ୍ରିଲ ମାସ ଓ ପରେ ଜୁନ୍ ବୋଲି ଲେଖାଅଛି । ଛତୁଆ ପ୍ୟାକେଟ ଖୋଲିଲେ ସେଥିରେ ପୋକ ବାହାରୁଥିବା ବେଳେ ତାହା ଖାଇବା ଉପଯୋଗୀ ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ। ଏପରି ଛତୁଆ ଖାଇ ରୋଗକୁ ଡାକିବା ଅପେକ୍ଷା ଲୋକେ ତାହାକୁ ତାହାକୁ ଗାଈ ଗୋରୁଙ୍କୁ ଦେଇ ଦେଉଥିବା ଦେଖିବାକୁ ମିଳିଛି । ସରକାର ଏପରି ନିମ୍ନମାନର ଜିନିଷ ମାଗଣାରେ ଦେବା କିଛି ମୂଲ୍ୟ ନାହିଁ ବୋଲି କହିଛନ୍ତି ହିତାଧିକାରୀ।
ସ୍ଥାନୀୟ ସୁପରଭାଇଜର କିଛି ପ୍ୟାକେଟରେ ପୋକ ବାହାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସେ କହିଛନ୍ତି । ଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ କରାଯିବ । ଏଥିରେ ଅପମିଶ୍ରମ ହେଉଥିଲେ କିମ୍ବା ନିମ୍ନମାନର ଛତୁଆ ଦିଆଯାଉଥିଲେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଛୋଟ ଛୋଟ ପିଲା କିପରି ଅପପୁଷ୍ଟିର ଶିକାର ନହେବେ ସେନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବେଳେ କିଛି ଅସାଧୁ କର୍ମଚାରୀ ଓ ବେପରୁଆ ସଂସ୍ଥାଙ୍କ ପାଇଁ ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।