ଉପାସନାଙ୍କ ହାତରେ ପଦ୍ମ: କାନରେ ବି ଫୁଟି ଥିଲା ପଦ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ଦଳବଦଳକୁ ନେଇ କିଛି ଦିନ ଧରି କଳ୍ପନା ଜଳ୍ପନା ଲାଗି ରହିବା ପରେ ଆଜି ଅବସାନ ଘଟିଛି। ରାଜନୈତିକ ହଟଚମଟ ମଧ୍ୟରେ ଉପାସନା କଂଗ୍ରେସ ଛାଡ଼ି ଆଜି ବିଜେପିରେ ବିଧିବଦ୍ଧଭାବେ  ସାମିଲ ହୋଇଛନ୍ତି। କେବଳ ଉପାସନା ନୁହଁ ତାଙ୍କ ଦାଦା ତଥା ଲଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ସାମିଲ ହୋଇଛନ୍ତି। ରାଜଧାନୀରେ ପ୍ରଦର୍ଶନୀ ପଡ଼ିଆରେ ବିଜେପିର ଏହି ମେଗା ମିଶ୍ରଣ […]

5

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 11:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ଦଳବଦଳକୁ ନେଇ କିଛି ଦିନ ଧରି କଳ୍ପନା ଜଳ୍ପନା ଲାଗି ରହିବା ପରେ ଆଜି ଅବସାନ ଘଟିଛି। ରାଜନୈତିକ ହଟଚମଟ ମଧ୍ୟରେ ଉପାସନା କଂଗ୍ରେସ ଛାଡ଼ି ଆଜି ବିଜେପିରେ ବିଧିବଦ୍ଧଭାବେ  ସାମିଲ ହୋଇଛନ୍ତି। କେବଳ ଉପାସନା ନୁହଁ ତାଙ୍କ ଦାଦା ତଥା ଲଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ସାମିଲ ହୋଇଛନ୍ତି। ରାଜଧାନୀରେ ପ୍ରଦର୍ଶନୀ ପଡ଼ିଆରେ ବିଜେପିର ଏହି ମେଗା ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା ବେଳେ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଉପାସନା। କାରଣ ପୁରା ପଦ୍ମମୟ ଥିଲେ ଉପାସନା। ପରିଧାନ କରିଥିଲେ  ଗେରୁଆ ବସ୍ତ୍ର।

ତାଙ୍କ ହାତରେ ଥିଲା ପଦ୍ମ। ଉତ୍ତରୀୟ ଥିଲା ପଦ୍ମ। ଆଉ ସବୁଠୁ ନିଆରା ଦୃଶ୍ୟ ଥିଲା ସେ କାନରେ ପିନ୍ଧିଥିବା କାନଫୁଲ। କାରଣ ସେ ଲଗେଇଥିବା କାନଫୁଲ ଅଳଙ୍କାରରେ ‘ପଦ୍ମ’ ଚିହ୍ନ ବେଶ ଝଲସି ଉଠୁଥିଲା। ଲାଗୁଥିଲା ସତେ ଯେମିତି ବରାଦ ଦେଇ ସ୍ୱତନ୍ତ୍ର ଡିଜାଇନ୍‌ରେ ତିଆରି ହୋଇଛି। ତେବେ ଉପାସନାଙ୍କ ରାଜନୀତି କ୍ୟାରିୟରର  ଆଜି ସବୁଠୁ ଚର୍ଚ୍ଚିତ ଇନିଂଶ ଥିବା ବେଳେ ସେ ଖୁବ୍‌ ଆକ୍ରଣାତ୍ମକ ମୁଡରେ ଥିଲେ । କେବଳ ବେଶ ପରୀପାଟିରେ ନୁହେଁ ସ୍ୱର ବି ଖୁବ୍‌ ଶାଣିତ ଥିଲା।

ପଦ୍ମ ପୋଖରୀକୁ ଡେଉଁ ଡେଉଁ କଂଗ୍ରେସ ବିରୋଧରେ ବର୍ଷିବା ଆରମ୍ଭ କରିଥିଲେ। କହିଥିଲେ ଯେଉଁ ଦଳ ପାଇଁ ମୋ’ ବାପା ସର୍ବସ୍ୱ  ହରାଇଲେ, ସେହି ଦଳ ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଲା। ବିଜେପିର ମେଗା ମିଶ୍ରଣ ପର୍ବରେ ପଦ୍ମ  ଧରିବାର କାରଣ ବଖାଣିବାକୁ ଯାଇ କଂଗ୍ରେସ ଉପରେ ବର୍ଷିଛନ୍ତି ଉପାସନା।

ଏଠାରେ ସୂଚନାଯୋଗ୍ୟ ଯେ, ପଦ୍ମ ଚିହ୍ନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭିନ୍ନ ଅନ୍ଦାଜରେ ଆସନ୍ତି। ସଭାସମିତିକୁ ଆସିବା ବେଳେ ମୋଦିଙ୍କ ସାର୍ଟ ପକେଟରେ ଏକ ପଦ୍ମ ଚିହ୍ନର ଲକେଟ  ଲାଗିଥାଏ। ଯାହାକୁ ନେଇ ମୋଦି ଖୁବ୍‌ ଚର୍ଚ୍ଚାରେ ରୁହନ୍ତି।

Related story