ଲୁଣାବନ୍ଧରେ ୫୦ ଫୁଟର ଘାଇ

ବ୍ରହ୍ମଗିରି: ସମୁଦ୍ର ଜୁଆରରେ ଲୁଣାବନ୍ଧରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଜଳବନ୍ଦୀ ଅବସ୍ଥାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅରଖକୁଦା ସିପବନ୍ତ ସାହିର ୨୦ ପରିବାର ଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ  ଉଦ୍ଧାର କରାଯାଇଛି। ଚିଲିକା ରିଂ ବନ୍ଧ କୂଳରେ ଥିବା ଅରଖକୁଦା ନିକଟରେ ଏହି ଘାଇ ସୃଷ୍ଟି ହୋଇଛି। ଗତ ଫାଇଲିନ୍ ବାତ୍ୟା ବେଳେ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସ୍ଥାନୀୟ ଲୋକଙ୍କ ବହୁ ଦାବି ପରେ ୧୬ କୋଟି ଟଙ୍କା ବ୍ୟୟରେ ବନ୍ଧ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 08:58 AM IST

ବ୍ରହ୍ମଗିରି: ସମୁଦ୍ର ଜୁଆରରେ ଲୁଣାବନ୍ଧରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଜଳବନ୍ଦୀ ଅବସ୍ଥାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅରଖକୁଦା ସିପବନ୍ତ ସାହିର ୨୦ ପରିବାର ଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ  ଉଦ୍ଧାର କରାଯାଇଛି। ଚିଲିକା ରିଂ ବନ୍ଧ କୂଳରେ ଥିବା ଅରଖକୁଦା ନିକଟରେ ଏହି ଘାଇ ସୃଷ୍ଟି ହୋଇଛି।

ଗତ ଫାଇଲିନ୍ ବାତ୍ୟା ବେଳେ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସ୍ଥାନୀୟ ଲୋକଙ୍କ ବହୁ ଦାବି ପରେ ୧୬ କୋଟି ଟଙ୍କା ବ୍ୟୟରେ ବନ୍ଧ ନିର୍ମାଣ ହୋଇଥିଲା। ନିମ୍ନ ମାନର କାମ ଯୋଗୁଁ ବନ୍ଧରେ ବିରାଟ ଘାଇ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଜଳବନ୍ଦୀ ଥିବା ୨୦ଟି ପରିବାର ଏବେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ବ୍ରହ୍ମଗିରି ତହସିଲଦାର କହିଛନ୍ତି, ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ଓ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି।

Related story