ବନ୍ୟା, ବାତ୍ୟା, ବଜ୍ରପାତ ସମ୍ପର୍କରେ ପୂର୍ବ ସୂଚନା ପାଇଁ ଯୋଜନା ପ୍ରସ୍ତୁତ ହେଉଛି: ଏମ୍‌. ରାଜୀବନ

ଭୁବନେଶ୍ୱର: ବନ୍ୟା, ବାତ୍ୟା, ବଜ୍ରପାତ ଭଳି ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସୂଚନା ମିଳିବ। ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଭୁବେନଶ୍ୱର ଜୟଦେବ ଭବନରେ ଆୟୋଜିତ ‘ଟ୍ରପମେଟ୍‌-୨୦୧୬’ରେ ଯୋଗଦେଇ କେନ୍ଦ୍ର ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରାଳୟ ସଚିବ ଡ. ଏମ୍‌. ରାଜୀବନ୍‌ କହିଛନ୍ତି। ସେ କହିଛନ୍ତି,“ରାଡାର ଓ ସାଟେଲାଇଟ ତଥା ହାଇ ରିଜୋଲ୍ୟୁସନ ମଡେଲ ଯୋଗେ କିଭଳି ତ୍ୱରିତ ବେଗରେ ଜନସାଧାରଣଙ୍କ ନିକଟରେ ସୂଚନା ପହଞ୍ଚି ପାରିବ ସେଥିପାଇଁ ପ୍ରସ୍ତୁତି ଚାଲିଛି। ଆଗାମୀ ଏକବର୍ଷ ମଧ୍ୟରେ […]

dharmendra

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 10:26 AM IST

ଭୁବନେଶ୍ୱର: ବନ୍ୟା, ବାତ୍ୟା, ବଜ୍ରପାତ ଭଳି ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସୂଚନା ମିଳିବ। ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଭୁବେନଶ୍ୱର ଜୟଦେବ ଭବନରେ ଆୟୋଜିତ ‘ଟ୍ରପମେଟ୍‌-୨୦୧୬’ରେ ଯୋଗଦେଇ କେନ୍ଦ୍ର ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରାଳୟ ସଚିବ ଡ. ଏମ୍‌. ରାଜୀବନ୍‌ କହିଛନ୍ତି।

ସେ କହିଛନ୍ତି,“ରାଡାର ଓ ସାଟେଲାଇଟ ତଥା ହାଇ ରିଜୋଲ୍ୟୁସନ ମଡେଲ ଯୋଗେ କିଭଳି ତ୍ୱରିତ ବେଗରେ ଜନସାଧାରଣଙ୍କ ନିକଟରେ ସୂଚନା ପହଞ୍ଚି ପାରିବ ସେଥିପାଇଁ ପ୍ରସ୍ତୁତି ଚାଲିଛି। ଆଗାମୀ ଏକବର୍ଷ ମଧ୍ୟରେ ଏହା ଫଳପ୍ରଦ ହେବ। ୪୮୦ କି.ମି.ରୁ ଊର୍ଦ୍ଧ୍ୱ ସମୁଦ୍ର ତଟ ରହିଥିବା ଓଡ଼ିଶା ମୁଖ୍ୟତଃ ସାଇକ୍ଲୋନ, ହିଟ୍‌ ୱେଭ ଓ ପ୍ରବଳ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ। ଏହି ଦୁର୍ବିପାକରୁ କେମିତି ଧନଜୀବନ ରକ୍ଷା କରାଯାଇ ପାରିବ ସେ ନେଇ କାର୍ଯ୍ୟ ଜାରି ରହିଛି।”

ସେ ଆହୁରି କହିଛନ୍ତି,“ସମ୍ବଲପୁର ଓ ବାଲେଶ୍ୱରରେ ସ୍ଥାପନ ହେବାକୁ ଥିବା ଡପ୍‌ଲାର ରାଡାର ପାଇଁ ରାଜ୍ୟବାସୀଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିବ। ରାଡାର କିଣି ଅସୁବିଧା ଯୋଗୁଁ ସମ୍ବଲପୁର ଓ ଡିଆରଡିଓ ସଂଲଗ୍ନ ଅଞ୍ଚଳ ହୋଇଥିବାରୁ ବାଲେଶ୍ୱରରେ ରାଡାର ସ୍ଥାପନରେ ବିଳମ୍ବ ହେଉଛି। ତଥାପି ଏକବର୍ଷ ମଧ୍ୟରେ ପ୍ରାଥମିକତାର ସହ ସମ୍ବଲପୁରରେ ରାଡାର କାର୍ଯ୍ୟକ୍ଷମ କରାଯିବ। ବାଲେଶ୍ୱରରେ ରାଡାର ପ୍ରତିଷ୍ଠା ପାଇଁ ଡିଆରଡିଓ ସହ କଥାବାର୍ତ୍ତା ଜାରି ରହିଛି।”

ଇଣ୍ଡିଆ ମେଟେରୋଲୋଜି ସୋସାଇଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ। ଏଥିରେ ଦେଶ ତଥା ବିଦେଶରୁ ପ୍ରାୟ ୫୦୦ ପାଣିପାଗ ସମ୍ପର୍କରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଏହି ଅବସରରେ ସାଟାଲାଇଟ୍‌, ଭୂବିଜ୍ଞାନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related story