ପହିଲାରୁ ମୋ ସରକାର ପାର୍ଟ-ଟୁ: ସାମିଲ ହେବ କାଳିଆ, ମମତା ଓ ଖାଦ୍ୟ ସୁରକ୍ଷା

ଭୁବନେଶ୍ୱର(‌ଓଡ଼ିଶା ରିପୋର୍ଟର):ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ମୋ ସରକାର ପାର୍ଟ-ଟୁ। ଡାକ୍ତରଖାନା ଓ ପୋଲିସ୍ ଷ୍ଟେସନ୍ ପରେ ଏବେ ୬ଟି ନୂଆ ବିଭାଗ ଅନ୍ତର୍ଗତ ଲୋକପ୍ରିୟ ଯୋଜନା କାଳିଆ, ମମତା, ଖାଦ୍ୟ ସୁରକ୍ଷା, ମିଶନ ଶକ୍ତି ଭଳି ସ୍କିମ୍‌ରେ ଲାଗୁ ହେବ ମୋ ସରକାର। ଏଥିପାଇଁ ଆଇଟି ବିଭାଗ, ସଂପୃକ୍ତ ବିଭାଗମାନଙ୍କୁ ହିତାଧିକାରୀଙ୍କ ତଥ୍ୟ ମାଗିଛି। ସେପଟେ ହସ୍ପିଟାଲ୍ ଓ ଥାନାରେ ମୋ ସରକାର ସଫଳ ଭାବେ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ଆଣି ମୋ […]

321

321

Tapas Behera
  • Published: Sunday, 17 November 2019
  • Updated: 17 November 2019, 08:07 PM IST

Sports

Latest News

ଭୁବନେଶ୍ୱର(‌ଓଡ଼ିଶା ରିପୋର୍ଟର):ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ମୋ ସରକାର ପାର୍ଟ-ଟୁ। ଡାକ୍ତରଖାନା ଓ ପୋଲିସ୍ ଷ୍ଟେସନ୍ ପରେ ଏବେ ୬ଟି ନୂଆ ବିଭାଗ ଅନ୍ତର୍ଗତ ଲୋକପ୍ରିୟ ଯୋଜନା କାଳିଆ, ମମତା, ଖାଦ୍ୟ ସୁରକ୍ଷା, ମିଶନ ଶକ୍ତି ଭଳି ସ୍କିମ୍‌ରେ ଲାଗୁ ହେବ ମୋ ସରକାର। ଏଥିପାଇଁ ଆଇଟି ବିଭାଗ, ସଂପୃକ୍ତ ବିଭାଗମାନଙ୍କୁ ହିତାଧିକାରୀଙ୍କ ତଥ୍ୟ ମାଗିଛି। ସେପଟେ ହସ୍ପିଟାଲ୍ ଓ ଥାନାରେ ମୋ ସରକାର ସଫଳ ଭାବେ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ଆଣି ମୋ ସରକାର ପାର୍ଟ-ଟୁ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

କାଳିଆ, ମମତା, ମିଶନ ଶକ୍ତି, ଖାଦ୍ୟ ସୁରକ୍ଷା, ଚାଷୀ ପଞ୍ଜୀକରଣ, ପାନୀୟ ଜଳ ଯୋଗାଣ, ବାହନ ଓ ସାରଥୀ  ମୋ ସରକାର ପାର୍ଟ-ଟୁରେ ସାମିଲ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ଏସବୁ ଫ୍ଲାଗସିପ୍ ସ୍କିମ୍ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଗାନ୍ଧି ଜୟନ୍ତୀରୁ ଡାକ୍ତର ଖାନା ଓ ପୋଲିସ୍ ଥାନାରୁ ଆରମ୍ଭ ହୋଇଥିଲା ମୋ ସରକାର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ।  ଡିସେମ୍ବର ପହିଲାରୁ ଅନ୍ୟ ୬ଟି ବିଭାଗର ଏସବୁ ଲୋକପ୍ରିୟ ସ୍କିମ୍ ସଂପର୍କରେ ହିତାଧିକାରୀଙ୍କଠାରୁ ଫିଡ୍‌ବ୍ୟାକ୍‌ ନିଆଯିବ।

ଏସବୁ ଯୋଜନାରେ ସାମିଲ୍ ବେଳେ ହିତାଧିକାରୀ କି କି ସମସ୍ୟା ଭୋଗୁଛନ୍ତି, ସରକାରୀ ଅଧିକାରୀମାନେ କିଭଳି ବ୍ୟବହାର ଦେଖାଉଛନ୍ତି, ଠିକ୍ ସମୟରେ ସହାୟତା ମିଳୁଛି କି ନାହିଁ, ଅସୁବିଧା କଣ ରହୁଛି, କଣ କଲେ ଅଧିକ ଭଲ କରାଯାଇପାରିବ ସେ ସଂପର୍କରେ ହିତାଧିକାରୀଙ୍କ ମତାମତ ନିଆଯିବ। ଅଭିଯୋଗ ଥିଲେ ଟୋଲ୍ ଫ୍ରି ନମ୍ବର ଦ୍ୱାରା ଅବଗତ କରିପାରିବେ ଜନସାଧାରଣ।

ଗାନ୍ଧି ଜୟନ୍ତୀରୁ ହସ୍ପିଟାଲ ଓ ପୋଲିସ୍ ଷ୍ଟେସନ୍‌ରୁ ଆରମ୍ଭ ହୋଇଥିଲା ମୋ ସରକାର କାର୍ଯ୍ୟକ୍ରମ । 5T ସଚିବ ଭି.କେ ପାଣ୍ଡିୟାନ୍ ଓ ଟିମ୍ ବିଭିନ୍ନ ହସ୍ପିଟାଲ୍ ବୁଲି ସ୍ଥିତି ପରଖି ଥିଲେ। ପରେ ହସ୍ପିଟାଲ୍ ଭିତ୍ତିଭୂମିର ଉନ୍ନତି ଲାଗି ପ୍ୟାକେଜ୍ ଘୋଷଣା କରାଯାଇଥିଲା। ସେପଟେ ମୋ ସରକାର ଆରମ୍ଭ ପରେ ବିଭିନ୍ନ ସ୍ଥାନରୁ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା। ଏବେ ପୁଣି ୬ଟି ବିଭାଗ ଅନ୍ତର୍ଗତ ଲୋକାଭିମୁଖୀ ଯୋଜାନଗୁଡ଼ିକ କ୍ଷେତ୍ରରେ ମୋ ସରକାର ଲାଗୁ ହେଉଥିବାରୁ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଜେପି ଏହାକୁ ଡ୍ରାମା କହିଥିବା ବେଳେ କଂଗ୍ରେସ୍ କହିଛି ଏହାର କୌଣସି ସୁଫଳ ଲୋକେ ପାଇବେ ନାହିଁ।  ଗୋଟିଏ ପରେ ଗୋଟିଏ ବିଭାଗର ବିଭିନ୍ନ ସ୍କିମ୍ ମୋ ସରକାର ଅଧୀନକୁ ଆସୁଛି। ମାର୍ଚ୍ଚ ୫ ସୁଦ୍ଧା ସମସ୍ତ ବିଭାଗରେ ମୋ ସରକାର ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos