କେନ୍ଦୁଝର(ପ୍ରଣୟ ପାଣି): ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଆଷାଢୀ ପର୍ବ ପାଇଁ ଦୀର୍ଘ ୧୨ ଘଣ୍ଟା କାଳ ବନ୍ଦ ରହିବ ସାଧାରଣ ଦର୍ଶନ । ନିଜ ଭକ୍ତ ଓ ସମାଜର ମଙ୍ଗଳ ପାଇଁ ଏହି ସମୟରେ ଉପବାସ ବ୍ରତ ପାଳନ କରିବେ ମା’ । ସବୁ ଦେବାଦେବୀଙ୍କ ନିକଟରେ ନିଜ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତ ଉପବାସ ରହିଥାନ୍ତି । ହେଲେ ମା’ ତାରିଣୀଙ୍କ କ୍ଷେତ୍ରରେ ଦେଖାଦେଇଥାଏ ବ୍ୟତିକ୍ରମ । ଭକ୍ତର ମକସ୍କାମନା ପୂରଣ ପାଇଁ ଏଠାରେ ମା’ ଉପାସ ରହିଥାନ୍ତି। ଫଳରେ ଏହି ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ମିଳିଛି ସୂଚନା ।
ସନ୍ଧ୍ୟା ସମୟରେ ୨୧ ମୌଜାର ଦେହୁରୀ ଗାଁର ସେବକମାନେ ମା’ଙ୍କ ନିକଟରେ ଭୋଗ ଲଗାଇଥାନ୍ତି। ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଖୋଲା ହୁଏ ମା’ଙ୍କ ଦ୍ୱାର। ସନ୍ଧ୍ୟା ୬.୩୦ରୁ ରାତି ୧୦ ଯାଏ ହୋଇଥାଏ ସାଧାରଣ ଦର୍ଶନ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।