ମେଧା ବୃତ୍ତି ବଣ୍ଟନରେ ଦୁର୍ନୀତି ହୋଇଛି: ଗିରିଧର ଗମାଙ୍ଗ

ଭୁବନେଶ୍ୱର: ଓଡ଼ିଶା ନଲେଜ୍ କର୍ପୋରେସନ ଲମିଟେଡ୍ ବା ଓକେସିଏଲ୍ ମାଧ୍ୟମରେ  ଛାତ୍ରଛାତ୍ରୀ ମେଧା ବୃତ୍ତି ବଣ୍ଟନରେ ଦୁର୍ନୀତି ହୋଇଛି। ଏପରି ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ। ଗମାଙ୍ଗ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, “ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ୨୫୦୦ ପିଲାଙ୍କ ମଧ୍ୟରୁ ୧୫୦୦ ପିଲାଙ୍କୁ ଏହି ଟଙ୍କା ମିଳିନାହିଁ। ଓଡ଼ିଶା ନଲେଜ୍ କର୍ପୋରେସନ ପରି ଏକ ଘରୋଇ କମ୍ପାନୀକୁ ବୃତ୍ତି ଦେବା କାମରେ […]

giridhar-gamang (1)

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 08:20 AM IST

ଭୁବନେଶ୍ୱର: ଓଡ଼ିଶା ନଲେଜ୍ କର୍ପୋରେସନ ଲମିଟେଡ୍ ବା ଓକେସିଏଲ୍ ମାଧ୍ୟମରେ  ଛାତ୍ରଛାତ୍ରୀ ମେଧା ବୃତ୍ତି ବଣ୍ଟନରେ ଦୁର୍ନୀତି ହୋଇଛି। ଏପରି ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ।

ଗମାଙ୍ଗ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, “ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ୨୫୦୦ ପିଲାଙ୍କ ମଧ୍ୟରୁ ୧୫୦୦ ପିଲାଙ୍କୁ ଏହି ଟଙ୍କା ମିଳିନାହିଁ। ଓଡ଼ିଶା ନଲେଜ୍ କର୍ପୋରେସନ ପରି ଏକ ଘରୋଇ କମ୍ପାନୀକୁ ବୃତ୍ତି ଦେବା କାମରେ ରାଜ୍ୟ ସରକାର ନିୟୋଜିତ କରିଛନ୍ତି। ଏଥିରେ ଦୁର୍ନୀତି ହୋଇଛି ଓ ଉଚ୍ଚଶିକ୍ଷା ବିଭାଗର  କିଛି ଲୋକ ଏଥିରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ‌ଏହାର ସିବିଆଇ ତଦନ୍ତ କରାଯାଉ। ”

ତେବେ ଏ ନେଇ ନଲେଜ୍ କର୍ପୋରେସନ କିମ୍ବା ଉଚ୍ଚ ଶିକ୍ଷା ବିଭାଗର ପ୍ରତିକ୍ରିୟା ମିଳିନାହିଁ।

Related story