ଆଜି ମଧୁସୂଦନ ଦାସଙ୍କ ତିରୋଧାନ ଦିବସ

କଟକ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୩ ତମ ତିରୋଧାନ ଦିବସ। ଏହି ଅବସରରେ କଟକ ଜିଲ୍ଳା ପ୍ରଶାସନ ଏବଂ ଉତ୍କଳ ସମ୍ମିଳନୀ ପକ୍ଷରୁ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା। ସେହିପରି ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ଛାତ୍ରଛାତ୍ରୀ ମଧ୍ୟ ଗୋରାକବରଠାରେ ପହଞ୍ଚି ମଧୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଡିୟରପାର୍କ,କ୍ୟାଣ୍ଟନମେଣ୍ଟ ରୋଡ୍‌ ଓ ଶୈଳବାଳା ମହିଳା କଲେଜ୍ ପରିସରରେ ଥିବା ମଧୁବାବୁଙ୍କ […]

madu

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 12:51 PM IST

କଟକ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୩ ତମ ତିରୋଧାନ ଦିବସ। ଏହି ଅବସରରେ କଟକ ଜିଲ୍ଳା ପ୍ରଶାସନ ଏବଂ ଉତ୍କଳ ସମ୍ମିଳନୀ ପକ୍ଷରୁ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା। ସେହିପରି ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ଛାତ୍ରଛାତ୍ରୀ ମଧ୍ୟ ଗୋରାକବରଠାରେ ପହଞ୍ଚି ମଧୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଡିୟରପାର୍କ,କ୍ୟାଣ୍ଟନମେଣ୍ଟ ରୋଡ୍‌ ଓ ଶୈଳବାଳା ମହିଳା କଲେଜ୍ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

Related story