ସୁନ୍ଦରୀ ପାଇଁ ଶିବରାଜଙ୍କ ଚିଠି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଘ ବଂଶ ବୃଦ୍ଧି ପାଇଁ ସତକୋଶିଆ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବ। ତାକୁ କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ରଖାଯିବ। ତେବେ ସେଠାରେ ବାଘୁଣୀକୁ ରଖିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ‘ସୁନ୍ଦରୀ’ର ଯତ୍ନ ନେବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଏନେଇ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏନେଇ ଶିବରାଜ ଟ୍ୱିଟ୍ କରି ମଧ୍ୟ ଜଣାଇଛନ୍ତି।
आज मैंने ओडिशा के मुख्यमंत्री श्री @Naveen_Odisha जी को पत्र लिखकर मध्यप्रदेश की बाघिन सुंदरी का ध्यान रखने का अनुरोध किया है।
सुंदरी और उसके नर साथी को प्रदेश सरकार ने 2018 में राष्ट्रीय बाघ संरक्षण प्राधिकरण एवं ओडिशा सरकार के अनुरोध पर प्रदान किया था। pic.twitter.com/qPPM4VHkwP
— Shivraj Singh Chouhan (@ChouhanShivraj) December 9, 2020
୨୦୧୮ ମସିହାରେ ବାଘୁଣୀ ‘ସୁନ୍ଦରୀ’ ଓ ତାହାର ସାଥୀ ବାଘକୁ ନ୍ୟାସନାଲ୍ ଟାଇଗର କଞ୍ଜରଭେସନ୍ ଅଥରିଟି (NTCA) ଓ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ମଧ୍ୟପ୍ରଦେଶ ସରକାର ପ୍ରଦାନ କରିଥିଲେ। ତେବେ ସାତକୋଶିଆରେ ବାଘର ମୃତ୍ୟୁ ଘଟିଥିବା ବେଳେ ‘ସୁନ୍ଦରୀ’ କୋର ଏରିଆକୁ ଗଲାନାହିଁ। ଅଭୟାରଣ୍ୟର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାଘୁଣୀ ଘୂରି ବୁଲିଲା। ଆଉ ସୁଯୋଗ ଦେଖି ଶିକାର ମଧ୍ୟ କଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅସନ୍ତୋଷ ତୀବ୍ରତର ହେବା ପରେ ବନ ବିଭାଗ ‘ସୁନ୍ଦରୀ’କୁ କାବୁ କରି ଅଭୟାରଣ୍ୟର ରାଇଗୋଡ଼ା ଏନ୍କ୍ଲୋଜରେ ରଖିଛି। ବର୍ଷେରୁ ଅଧିକ ସମୟ ଧରି ‘ସୁନ୍ଦରୀ’ ବନ୍ଦୀ ଜୀବନ କାଟୁଛି।
मैं श्री @Naveen_Odisha जी, से निवेदन करता हूं कि हमारे कान्हा टाइगर रिजर्व के घोरेला केन्द्र में सुंदरी बाघिन के अनुरूप उसे रखने की समुचित व्यवस्था होने तक, आप मानक के अनुसार उसका ध्यान रखवायें।
मुझे विश्वास है कि आपका यथोचित सहयोग मिलेगा। सादर धन्यवाद! @CMO_Odisha
— Shivraj Singh Chouhan (@ChouhanShivraj) December 9, 2020
ପରିବେଶବିତଙ୍କ ଅସନ୍ତୋଷ ପରେ ସୁନ୍ଦରୀକୁ ଫେରାଇ ନେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଓଡ଼ିଶା ସରକାର ଓ NTCA ଅନୁରୋଧ କରିଥିଲେ। ଶେଷରେ ମଧ୍ୟପ୍ରଦେଶ ସରକାର ଏହାର ଜବାବ ଦେଇଛନ୍ତି। ‘ସୁନ୍ଦରୀ’କୁ ଫେରାଇ ନେବା ପାଇଁ ରାଜି ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।