ଆଜି ମହାସପ୍ତମୀ, ଚକ୍ଷୁ ଦାନ ପରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ଦୁର୍ଗା

ଭୁବନେଶ୍ୱର: ଆଜି ମହାସପ୍ତମୀ। ମାଆଙ୍କର ଚକ୍ଷୁଦାନ ହେବ। ଏହା ପରେ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଜଗତଜନନୀ ମାଆ ଦୁର୍ଗା। ତା’ସହ ଆରମ୍ଭ ହେବ ମାଆଙ୍କ ପାରମ୍ପରିକ ଦୁର୍ଗାପୂଜା ନୀତି। ଗତକାଲି ମହାଷଷ୍ଠୀରେ ବିଲ୍ୱବରଣ ସହ ମାଆଙ୍କୁ ଆବାହନ କରାଯାଇଥିଲା। ଧୂପ, ଦୀପ, ନୈବେଦ୍ୟ ଦେଇ ବେଲ ଗଛ ମୂଳେ ପ୍ରଥମେ ପୂଜାର୍ଚ୍ଚନା ସହ ମାଆଙ୍କୁ ଆହ୍ୱାନ କରାଯାଇଥିଲା। ଶାରଦୀୟ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 04:30 AM IST

ଭୁବନେଶ୍ୱର: ଆଜି ମହାସପ୍ତମୀ। ମାଆଙ୍କର ଚକ୍ଷୁଦାନ ହେବ। ଏହା ପରେ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଜଗତଜନନୀ ମାଆ ଦୁର୍ଗା। ତା’ସହ ଆରମ୍ଭ ହେବ ମାଆଙ୍କ ପାରମ୍ପରିକ ଦୁର୍ଗାପୂଜା ନୀତି।

ଗତକାଲି ମହାଷଷ୍ଠୀରେ ବିଲ୍ୱବରଣ ସହ ମାଆଙ୍କୁ ଆବାହନ କରାଯାଇଥିଲା। ଧୂପ, ଦୀପ, ନୈବେଦ୍ୟ ଦେଇ ବେଲ ଗଛ ମୂଳେ ପ୍ରଥମେ ପୂଜାର୍ଚ୍ଚନା ସହ ମାଆଙ୍କୁ ଆହ୍ୱାନ କରାଯାଇଥିଲା। ଶାରଦୀୟ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକମାଳାରେ ଚମକିଲାଣି ପୂଜା ମଣ୍ଡପ। ସେହିପରି ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ।

 

Related story