ମହାନଦୀ ଜଳ ବିବାଦ: ସର୍ବଦଳୀୟ ବୈଠକରେ ୫ ପ୍ରସ୍ତାବ ଗୃହିତ

Ordigital Desk
  • Published: Sunday, 26 November 2017
  • , Updated: 26 November 2017, 06:35 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଆୟୋଜିତ ସର୍ବଦଳୀୟ ବୈଠକରେ ୫ଟି ପ୍ରସ୍ତାବ ଗୃହୀତ ହୋଇଛି। ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ ସହ ଶୀତ ଅଧିବେଶନ ପୂର୍ବରୁ ଦିଲ୍ଲୀ ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆନ୍ଦୋଳନ ହେବ। ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖାଯିବ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି ପକ୍ଷରୁ ଆହୁତ ଏହି ବୈଠକରେ ବିଜେଡି, କଂଗ୍ରେସ, ବାମପନ୍ଥୀ ନେତାମାନେ ଯୋଗଦେଇ ଥିଲେ।</p> <p>ବିଜେଡି ସାଂସଦ ପ୍ରତାପ ଦେବ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ, ବ୍ରଜ ତ୍ରିପାଠୀ, ନାରାୟଣ ରେଡ୍ଡି, ରାମକୃଷ୍ଠ ପଣ୍ଡା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।</p>

Related story