- Videos
- Odisha
- ମହାନଦୀ ଜଳ ବିବାଦ ପ୍ରସଙ୍ଗ: ସଚେତନତା ପାଇଁ ବିଜେଡି କରିବ ମହାସମ୍ମିଳନୀ
ମହାନଦୀ ଜଳ ବିବାଦ ପ୍ରସଙ୍ଗ: ସଚେତନତା ପାଇଁ ବିଜେଡି କରିବ ମହାସମ୍ମିଳନୀ
- Published: Sunday, 15 April 2018
- , Updated: 15 April 2018, 04:49 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିସ୍ତୁତ ଆଲୋଚନା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରରେ ମହାସମ୍ମିଳନୀ କରିବ ବିଜେଡି। ଏହି ମହାସମ୍ମିଳନୀ ପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଉଷା ଦେବୀ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ପ୍ରମୁଖ ନେତା ଓ ଜଳସେଚନ ବିଭାଗର ପୂର୍ବତନ ଯନ୍ତ୍ରୀ ଉପସ୍ଥିତ ଥିଲେ। ମହାସମ୍ମିଳନୀର ରୂପରେଖ କିଭଳି ହେବ ସେନେଇ ବୈଠକରେ ଆଲୋଚନା ହୋଇଛି।</p>