‘ମହାନଦୀ ବିବାଦ ଆପୋଷ ଆଲୋଚନାରେ ସମାଧାନ କରାଯାଉ’

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଛତିଶଗଡ଼ ସରକାର ଆପୋଷ ଆଲୋଚନା କରି ମହାନଦୀ ବିବାଦର ସମାଧାନର ରାସ୍ତା ବାହାର କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଯଦି ଏହା ସମ୍ଭବ ନହୁଏ ତେହାହେଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। କଟକରେ ଇନ୍‌କମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ କାର୍ଯ୍ୟାଳୟ ଶିଳାନ୍ୟାସ ଉତ୍ସବରେ ଯୋଗଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଟ୍ରିବ୍ୟୁନାଲ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ-“ଟ୍ରିବ୍ୟୁନାଲ ଗଠନ […]

Ravi-Shankar-Prasad-720x430

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 07:23 PM IST

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଛତିଶଗଡ଼ ସରକାର ଆପୋଷ ଆଲୋଚନା କରି ମହାନଦୀ ବିବାଦର ସମାଧାନର ରାସ୍ତା ବାହାର କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଯଦି ଏହା ସମ୍ଭବ ନହୁଏ ତେହାହେଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। କଟକରେ ଇନ୍‌କମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ କାର୍ଯ୍ୟାଳୟ ଶିଳାନ୍ୟାସ ଉତ୍ସବରେ ଯୋଗଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ।

ଟ୍ରିବ୍ୟୁନାଲ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ-“ଟ୍ରିବ୍ୟୁନାଲ ଗଠନ ଏକ ନ୍ୟାୟିକ ପ୍ରକ୍ରିୟା। ତେବେ ଦୁଇ ରାଜ୍ୟ ସହମତି ଭିତ୍ତିରେ ହିଁ ବିବାଦର ସମାଧାନ ହେବା ଉଚିତ।”

ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସେ କହିଥିଲେ-“୨୦୧୬ ମସିହାରେ ୧୨୬ ଜଣ ବିଚାରପତି ହାଇକୋର୍ଟରେ ନିଯୁକ୍ତି ପାଇଥିଲେ। ସେହିପରି ୧୦୬ ବିଚାରପତିଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।”

Related story