ମହାନଦୀ ଉପରେ ପ୍ରକଳ୍ପ ନିର୍ମାଣ ବନ୍ଦ କରିବାକୁ ଛତିଶଗଡ଼କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ କାମ ବନ୍ଦ ଦାବିକୁ ଜୋରଦାର କଲେ ରାଜ୍ୟ ସରକାର। ଏନେଇ ଛତିଶଗଡ଼ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଏହା ସହିତ ଯେଉଁ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ସେଗୁଡ଼ିକ ଦେଇ ଓଡ଼ିଶାକୁ ପାଣି ଛାଡ଼ିବାକୁ ଏହି ଚିଠିରେ ଅନୁରୋଧ କରାଯାଇଛି। ଛତିଶଗଡ଼ ସରକାର ଏବେ କେତେ ପାଣି ବ୍ୟବହାର କରୁଛନ୍ତି ଓ ଆଗକୁ କେତେ ପାଣି ବ୍ୟବହାର କରିବେ ଓ […]

aditya prasad-padhi

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 07:34 PM IST

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ କାମ ବନ୍ଦ ଦାବିକୁ ଜୋରଦାର କଲେ ରାଜ୍ୟ ସରକାର। ଏନେଇ ଛତିଶଗଡ଼ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଏହା ସହିତ ଯେଉଁ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ସେଗୁଡ଼ିକ ଦେଇ ଓଡ଼ିଶାକୁ ପାଣି ଛାଡ଼ିବାକୁ ଏହି ଚିଠିରେ ଅନୁରୋଧ କରାଯାଇଛି। ଛତିଶଗଡ଼ ସରକାର ଏବେ କେତେ ପାଣି ବ୍ୟବହାର କରୁଛନ୍ତି ଓ ଆଗକୁ କେତେ ପାଣି ବ୍ୟବହାର କରିବେ ଓ ତା’ ଦ୍ୱାରା କ’ଣ ପ୍ରଭାବ ପଡ଼ିବ ସେନେଇ ମଧ୍ୟ ଚିଠିରେ ଦର୍ଶାଯାଇଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳ ସଂପଦକ ମନ୍ତ୍ରଣାଳୟରେ ପିଟିସନ୍ ଦାଖଲ ସାଙ୍ଗକୁ ଟ୍ରିବ୍ୟୁନାଲ୍ ଗଠନ ବାବଦରେ ମଧ୍ୟରେ ଛତିଶଗଡ଼ ସରକାରଙ୍କୁ ଅବଗତ କରାଯାଇଛି।

Related story