ନା ଥିବ ବାଉଁଶ ନା ବାଜିବ ବାଂଶୁରୀ !

ସାଲେପୁର(ମନୋଜ ଆଚାର୍ଯ୍ୟ): ନା ଥିବ ବାଉଁଶ ନା ବାଜିବ ବାଂଶୁରୀ । ଏଭଳି ସଂଳାପ ଆପଣ ଯାତ୍ରା କିମ୍ବା ଫିଲ୍ମରେ ଶୁଣିଥିବେ। ହେଲେ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ଏହି ଫର୍ମୁଲାକୁ ଆପଣାଯାଇଛି। କାରଣ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ଥିବା ତଥ୍ୟ  ପ୍ରଘଟ ଆଶଙ୍କାରେ ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇ ଦୁର୍ଘଟରାର ରୂପ ଦିଆଯାଇଥିବା ଅଭିଯୋଗ ଆସିଛି। ସମ୍ପୃକ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କ ଛତ୍ରଛାୟା ଥିବା […]

pratap jena

pratap jena

Tapas Behera
  • Published: Saturday, 06 February 2021
  • Updated: 06 February 2021, 07:21 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): ନା ଥିବ ବାଉଁଶ ନା ବାଜିବ ବାଂଶୁରୀ । ଏଭଳି ସଂଳାପ ଆପଣ ଯାତ୍ରା କିମ୍ବା ଫିଲ୍ମରେ ଶୁଣିଥିବେ। ହେଲେ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ଏହି ଫର୍ମୁଲାକୁ ଆପଣାଯାଇଛି। କାରଣ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ଥିବା ତଥ୍ୟ  ପ୍ରଘଟ ଆଶଙ୍କାରେ ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇ ଦୁର୍ଘଟରାର ରୂପ ଦିଆଯାଇଥିବା ଅଭିଯୋଗ ଆସିଛି। ସମ୍ପୃକ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କ ଛତ୍ରଛାୟା ଥିବା ଚର୍ଚ୍ଚା ହୋଇଥିଲା।  ଡବଲ୍ ମର୍ଡର ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତର ବୀଭତ୍ସ ମୃତ୍ୟୁ ହୋଇଛି।

ରାସ୍ତାକଡ଼ରେ ଖିନ୍‌ଭିନ୍ ହୋଇଯାଇଛି ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳ ଡବଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ । ରକ୍ତରଂଜିତ ଅବସ୍ଥାରେ ନା ଚେହେରା ବାରି ହେଉଛି ନା ବାରି ହେଉଛି ସାରା ଶରୀରକୁ । ଯାହା ଏତେ ବୀଭତ୍ସ ଯେ, ସ୍ପଷ୍ଟ ଭାବେ ଦେଖାଇବା ସମ୍ଭବ ନୁହେଁ । କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ଗତରାତିରେ ଏଭଳି ଅବସ୍ଥାରେ ହୋଇଥିଲା ମୃତ୍ୟୁ।  ଘଟଣାସ୍ଥଳରୁ ମିଳିଥିଲା ବାଇକ୍ ସହ ଏକ ବ୍ୟାଗ୍ ଏବଂ ମୋବାଇଲ୍ । ହେଲେ କେମିତି ହେଲା ମୃତ୍ୟୁ ? ହତ୍ୟା ନା ଆକସ୍ମିକ ଦୁର୍ଘଟଣା ? ଏଯାଏଁ ଥଳକୂଳ ପାଉନି ପୁଲିସ। କେବଳ ଆଶଙ୍କା କରୁଛି କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଖସିଯାଇଛି । ସେପଟେ ପରିବାର ଲୋକଙ୍କ ଅଭିଯୋଗ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ।

ଜାନୁୟାରୀ ୧, ୨୦୨୧। କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମାମଲାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ପ୍ରାୟ ୧୩ ଜଣଙ୍କ ବିରୋଧରେ ଅଭିଯୋଗ ଆସିବା ସହ ଏତଲା ଦିଆଯାଇଥିଲା। ସେଦିନଠୁ ଧରାପଡ଼ିନଥିଲା ପ୍ରଫୁଲ୍ଲ ବିଶ୍ୱାଳ । କେବଳ ଏହି ଗୋଟିଏ ଘଟଣା ନୁହେଁ, ୨୦୧୮ରେ ବିଜେପି କର୍ମୀ ବିକାଶ ଜେନା ହତ୍ୟା ମାମଲାରେ ବି ଉଠିଥିଲା ପ୍ରଫୁଲ୍ଲର ନାଁ । ଏସବୁ ଭିତରେ ଏକାଧିକ ବିଜେଡି ନେତା ଏବଂ ଖାସ୍କରି ଆଇନ୍‌ମନ୍ତ୍ରୀଙ୍କ ସହ କିଛି ଫଟୋ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ରାଜନୈତିକ ହିଂସାକାଣ୍ଡ ଭିଆଉଥିବା ଲୋକଙ୍କୁ ସୁରକ୍ଷା ଦେଉଥିବା ନେଇ କେବେ ଡିଜିପି ଅଫିସ ତ ଆଉ କେବେ ଥାନାଠୁ ଏସ୍ପି ଅଫିସ ଯାଏଁ ହଙ୍ଗାମା କରି ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବିଜେପି । ଏହି ମାମଲାରେ ମଧ୍ୟ ଆଇନମନ୍ତ୍ରୀ ଅନ୍ୟତମ ଅଭିଯୁକ୍ତ । ପ୍ରଫୁଲ୍ଲର ମୃତ୍ୟୁ ପଛରେ ବି ସିଧାସଳଖ ମାହାଙ୍ଗା ବିଧାୟକ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଂପୃକ୍ତି କଥା କହିଛି ବିଜେପି  । ଅଭିଯୁକ୍ତର ମୃତଦେହ ବିଧାୟକଙ୍କ ପରିବାର ମାଲିକାନାରେ ଥିବା ଟ୍ରାନ୍ସପୋର୍ଟ ଅଫିସ ନିକଟରୁ ମିଳିଛି । ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, ତେଣୁ ତଥ୍ୟ ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

 

ତେବେ ଏନେଇ ଆଇନମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଏବେ ଅପେକ୍ଷା, ରାଜନୈତିକ ପୃଷ୍ଠଭୂମି ଉପରେ ସଂଘଟିତ ଅପରାଧ ଭିତରେ ପ୍ରଫୁଲ୍ଲ ବିଶ୍ୱାଳର ରହସ୍ୟଜନକ ମୃତ୍ୟୁ ମାମଲା ଆଗକୁ କେଉଁ ଦିଗକୁ ଯାଉଛି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos