ମାହାଙ୍ଗା ଗଣହତ୍ୟା, ଶିବକୁ ରିମାଣ୍ଡରେ ନେଲା ପୁଲିସ୍‌

ସାଲେପୁର(ମନୋଜ ଆଚାର୍ଯ୍ୟ): ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ନେଲା ମାହାଙ୍ଗା ପୁଲିସ୍‌। ଶିବର ମେଡିକାଲ ଟେଷ୍ଟ କରାଇବା ପରେ ଜେରା କରିବ ପୁଲିସ୍‌। ଏପରିକି ଘଟଣାସ୍ଥଳକୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିପାରେ ମାହାଙ୍ଗା ପୁଲିସ୍‌। ସେପଟେ ବଡ଼ ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିବା ସ୍ୱୀକାର କରିସାରିଛି ଶିବ। ମଙ୍ଗଳବାର ବିଳମ୍ୱିତ ରାତିରେ ମାହାଙ୍ଗା କୁସୁପୁର ଗାଁରେ ଗଣହତ୍ୟାକାଣ୍ଡ ଘଟିଥିଲା। ବଡ଼ଭାଇ ଅଲେଖ ସାହୁ, […]

Mahanga

Manoranjan Sial
  • Published: Thursday, 14 April 2022
  • , Updated: 14 April 2022, 04:27 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ନେଲା ମାହାଙ୍ଗା ପୁଲିସ୍‌। ଶିବର ମେଡିକାଲ ଟେଷ୍ଟ କରାଇବା ପରେ ଜେରା କରିବ ପୁଲିସ୍‌। ଏପରିକି ଘଟଣାସ୍ଥଳକୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିପାରେ ମାହାଙ୍ଗା ପୁଲିସ୍‌। ସେପଟେ ବଡ଼ ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିବା ସ୍ୱୀକାର କରିସାରିଛି ଶିବ।

ମଙ୍ଗଳବାର ବିଳମ୍ୱିତ ରାତିରେ ମାହାଙ୍ଗା କୁସୁପୁର ଗାଁରେ ଗଣହତ୍ୟାକାଣ୍ଡ ଘଟିଥିଲା। ବଡ଼ଭାଇ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ୧୯ ବର୍ଷର ଝିଅ ସ୍ମୃତିସନ୍ଧ୍ୟାକୁ ଅତି ବୀଭାତ୍ସ ଭାବେ ହତ୍ୟା କରାଯାଇଥିଲା। ବଡ଼ ଭାଇର ପୂରା ପରିବାରକୁ ସାନ ଭାଇ ଶିବ ସାହୁ ନିପାତ ଦେଇଥିଲା। ଭାତ୍ରୁ ବିବାଦରୁ ପାଞ୍ଚ ପାଞ୍ଚଟି ମୁଣ୍ଡ ଗଡ଼ିଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ଏକ ଅଣଓସାରିଆ ଘର ଭିତରେ ଶିବ ସାହୁ କେମିତି ଆକ୍ରମଣ କଲା ଯେ, ଏକାସଙ୍ଗେ ୫ ଜଣଙ୍କ ଜୀବନ ନେଇଗଲା? ଆକ୍ରମଣ ପରେ ଖଟ, ଚଟାଣ, କାନ୍ଥ ଚାରିଆଡ଼େ ରକ୍ତରଂଜିତ ହୋଇଥିଲା। ହେଲେ ୫ ଜଣଙ୍କୁ ଏକୁଟିଆ ମାରିଥିବା ସତ୍ତ୍ୱେ ତା’ଦେହରେ କେମିତି ରକ୍ତଛିଟା ଲାଗିଲା ନାହିଁ? ଏମିତି ଅସମାହିତ ପ୍ରଶ୍ନ ଭିତରେ ପୁଲିସ ଛନ୍ଦି ହୋଇପଡ଼ିଥିବା ବେଳେ ମୃତ ଅଲେଖ ସାହୁଙ୍କ  ଶାଶୂ ରୀନା ପୃଷ୍ଟି ଗୁରୁବାର ଆଣିଥିଲେ ସାଙ୍ଘାତିକ ଅଭିଯୋଗ। ତାଙ୍କ କହିବା ଅନୁସାରେ, ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସଂପୃକ୍ତି ଥାଇପାରେ। ସିବିଆଇ ତଦନ୍ତ କଲେ ହତ୍ୟା ଉପରୁ ପର୍ଦ୍ଦା ହଟିବ ବୋଲି ସେ କହିଛନ୍ତି।

Related story