ଆଜି ମହାସପ୍ତମୀ; ମହାମାୟୀଙ୍କର ହେବ ଚକ୍ଷୁଦାନ

କଟକ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’  ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀ ମହାବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’।  ଦୁର୍ଗା । ଅଧିବାସ ଓ ବିଲବରଣ କରାଯାଇଛି । ଆଜି ହେବ ମହାମାୟୀଙ୍କ ଚକ୍ଷୁଦାନ ପରମ୍ପରା । ରୀତିନୀତି ଅନୁସାରେ କଟକ ସହରର ସମସ୍ତ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲେ ବି କରୋନା ପାଇଁ ଏଥର ନାହିଁ ଭକ୍ତଙ୍କ ଗହଳି ଚହଳି । ମଣ୍ଡପରେ ଶ୍ରଦ୍ଧାଳୁଙ୍କ […]

puja

Niharika Rout
  • Published: Friday, 23 October 2020
  • , Updated: 23 October 2020, 08:05 AM IST

କଟକ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’  ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀ ମହାବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’।  ଦୁର୍ଗା । ଅଧିବାସ ଓ ବିଲବରଣ କରାଯାଇଛି । ଆଜି ହେବ ମହାମାୟୀଙ୍କ ଚକ୍ଷୁଦାନ ପରମ୍ପରା । ରୀତିନୀତି ଅନୁସାରେ କଟକ ସହରର ସମସ୍ତ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲେ ବି କରୋନା ପାଇଁ ଏଥର ନାହିଁ ଭକ୍ତଙ୍କ ଗହଳି ଚହଳି ।

ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ଶହ ଶହ ବର୍ଷର ପରମ୍ପରା । କଟକବାସିନ୍ଦାଙ୍କ ଆଗ୍ରହ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି କିଛି ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଥିବାରୁ ଟେଲିଭିଜନ୍ ଓ ମୋବାଇଲ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯାଉଛି ।

ଚଳିତ ବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୂପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରେ ବିଭୁଷିତ ହୋଇଛନ୍ତି  ଦଶଭୂଜା ଓ ଅନ୍ୟ ପାର୍ଶ୍ୱ ଦେବାଦେବୀ । ରାଜଧାନୀ ଭୁବନେଶ୍ୱର ସମେତ ରାଉରକେଲା ଓ ବ୍ରହ୍ମପୁର, ସମ୍ବଲପୁର, ପୁରୀ, ଜୟପୁର ଓ ବଲାଙ୍ଗିର ଆଦି ସହରରେ କଟକଣା ଭିତରେ ଅାୟୋଜନ ହେଉଛି ନିରାଡ଼ମ୍ବର ପୂଜା ।

 

Related story