ଗୃହ ଭିତରେ ବାଜିଲା ମହେଶ୍ୱରଙ୍କ ମୋବାଇଲ, ରିଙ୍ଗଟୋନ୍‌ ଶୁଣି ବିଗିଡ଼ିଲେ ବାଚସ୍ପତି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଧାନସଭାରେ ହୁଏ ରାଇଜ ଯାକର ଆଲୋଚନା। ଲୋକ ପ୍ରତିନିଧିମାନେ ଏକାଠି ବସି ରାଜ୍ୟ ବିକାଶର କଥା ଆଲୋଚନା କରନ୍ତି। ଆଉ ଖାସ୍‌ ଏଇ କାର୍ଯ୍ୟରେ କେବେ ବିଭ୍ରାଟ ନ ହେଉ ବୋଲି ବିଧାନସଭା ପରିସରକୁ ନୋ ମୋବାଇଲ ଜୋନ୍‌ ଘୋଷଣା କରାଯାଇଛି। ବିଧାନସଭା ବସିଥିବା ବେଳେ କାହାକୁ ମୋବାଇଲ ଖୋଲିବା ମନା । ହେଲେ ଏତେ ସବୁ କଟକଣା ଭିତରେ ସୋମବାର ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ମୋବାଇଲ ବାଜିଥିଲା। ନୀରବତା ଭିତରେ ମହେଶ୍ୱରଙ୍କ ମୋବାଇଲ […]

mahi

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 06:42 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଧାନସଭାରେ ହୁଏ ରାଇଜ ଯାକର ଆଲୋଚନା। ଲୋକ ପ୍ରତିନିଧିମାନେ ଏକାଠି ବସି ରାଜ୍ୟ ବିକାଶର କଥା ଆଲୋଚନା କରନ୍ତି। ଆଉ ଖାସ୍‌ ଏଇ କାର୍ଯ୍ୟରେ କେବେ ବିଭ୍ରାଟ ନ ହେଉ ବୋଲି ବିଧାନସଭା ପରିସରକୁ ନୋ ମୋବାଇଲ ଜୋନ୍‌ ଘୋଷଣା କରାଯାଇଛି। ବିଧାନସଭା ବସିଥିବା ବେଳେ କାହାକୁ ମୋବାଇଲ ଖୋଲିବା ମନା ।

ହେଲେ ଏତେ ସବୁ କଟକଣା ଭିତରେ ସୋମବାର ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ମୋବାଇଲ ବାଜିଥିଲା। ନୀରବତା ଭିତରେ ମହେଶ୍ୱରଙ୍କ ମୋବାଇଲ ରିଙ୍ଗଟୋନ୍‌ ଗର୍ଜୁଥିବା ବେଳେ ସମସ୍ତଙ୍କ ଦୃଷ୍ଟି ମହେଶ୍ୱର ମୁହାଁ ହୋଇଥିଲା। ମିଡିଆ ବନ୍ଧୁମାନେ ମଧ୍ୟ ଆଚମ୍ବିତ ହୋଇ ଏହାକୁ ଦେଖିଥିଲେ।

ରାଜସ୍ବ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ମୋବାଇଲ ବାଜିଥିବାରୁ କଥାଟା ବାଚସ୍ପତି ପ୍ରଦୀପ ଅମାତ୍‌ଙ୍କୁ ବଡ ଅଡୁଆ ଲାଗିଲା। ମହେଶ୍ୱରଙ୍କ ଉପରେ ସେ ବିଗିଡିଥିଲେ ଆଉ ମୋବାଇଲ ଗୃହ ମଧ୍ୟକୁ ନ ଆଣିବାକୁ ବାରଣ କଲେ। ଯଦି କେହି ମୋବାଇଲ ଆଣିବେ ତାକୁ ସାଇଲେଣ୍ଟ ମୋଡ଼ରେ ରଖିବେ ନ ହେଲେ ସୁଇଚ୍‌ ଅଫ୍‌ କରି ଦିଅନ୍ତୁ ବୋଲି କହିଥିଲେ ବାଚସ୍ପତି।

Related story