ଅଡୁଆରେ ବରିଷ୍ଠ ଓଏଏସ୍ ଅଧିକାରୀ ପ୍ରେମାନନ୍ଦ ଖୁଣ୍ଟିଆ; ମହିଳା ଓଏଏସଙ୍କୁ ଅଶ୍ଳୀଳ ଭିଡିଓ ପଠାଇଥିବା ନେଇ ଥାନାରେ ଏତଲା

ଭୁବନେଶ୍ୱର: ବିବାଦରେ ଛନ୍ଦି ହୋଇଯାଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ ତଥା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ। ସେ ନିଜ ମୋବାଇଲରେ ଏକ ଅଶ୍ଳୀଳ ଭିଡିଓ ଜଣେ ମହିଳା ଓଏଏସ୍ ଅଧିକାରୀଙ୍କ ପାଖକୁ ପଠାଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। ମହିଳା ଓଏଏସ୍ ଜଣଙ୍କ ମହିଳା ଓ ଶିଶୁ କଲ୍ୟାଣ […]

premanada

Rakesh Mallick
  • Published: Saturday, 10 October 2015
  • , Updated: 10 October 2015, 02:07 PM IST

ଭୁବନେଶ୍ୱର: ବିବାଦରେ ଛନ୍ଦି ହୋଇଯାଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ ତଥା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ। ସେ ନିଜ ମୋବାଇଲରେ ଏକ ଅଶ୍ଳୀଳ ଭିଡିଓ ଜଣେ ମହିଳା ଓଏଏସ୍ ଅଧିକାରୀଙ୍କ ପାଖକୁ ପଠାଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ।

ମହିଳା ଓଏଏସ୍ ଜଣଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଶିଶୁ ସୁରକ୍ଷା ସେଲର ଜଣେ ଅଧିକାରୀ। ସେ ଏଭଳି ଭିଡିଓ ପାଇବା ପରେ କାର୍ଯ୍ୟନୁଷ୍ଠାନ ଦାବିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଅଭିଯୋଗ ସଂପର୍କରେ ପ୍ରେମାନନ୍ଦଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Related story