ମହିମା ଓ ବାପିଙ୍କ ଅଡୁଆ ବଢିଲା; ସେମାନଙ୍କ ଆର୍ଥିକ କାରବାର ଖୋଳତାଡ କରିବ ଇଡି

ଭୁବନେଶ୍ୱର: ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିବା ଶିଳ୍ପପତି ମହିମା ମିଶ୍ର ଓ କଂଗ୍ରେସ ନେତା ବାପି ସର୍ଖେଲଙ୍କ  ପାଇଁ ଅଡୁଆ ପଢ଼ିଲା। ସେମାନଙ୍କ ବେଆଇନ ଅର୍ଥ କାରବାରର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମନି ଲଣ୍ଡରିଂ ଆକ୍ଟ ବଳରେ ମହିମା, ବାପି ସର୍ଖେଲ, OSL ଓ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଇଡି। ପୋଲିସ୍‌ ଏତଲା ଓ ଚାର୍ଜସିଟ୍‌କୁ ଭର୍ତ୍ତି କରି ଇଡି […]

mahima-mishra

mahima-mishra

Rakesh Mallick
  • Published: Monday, 05 June 2017
  • Updated: 05 June 2017, 05:48 PM IST

Sports

Latest News

ଭୁବନେଶ୍ୱର: ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିବା ଶିଳ୍ପପତି ମହିମା ମିଶ୍ର ଓ କଂଗ୍ରେସ ନେତା ବାପି ସର୍ଖେଲଙ୍କ  ପାଇଁ ଅଡୁଆ ପଢ଼ିଲା। ସେମାନଙ୍କ ବେଆଇନ ଅର୍ଥ କାରବାରର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମନି ଲଣ୍ଡରିଂ ଆକ୍ଟ ବଳରେ ମହିମା, ବାପି ସର୍ଖେଲ, OSL ଓ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଇଡି। ପୋଲିସ୍‌ ଏତଲା ଓ ଚାର୍ଜସିଟ୍‌କୁ ଭର୍ତ୍ତି କରି ଇଡି ତଦନ୍ତ ଚଳାଇଛି। ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍‌ ହେବ ବୋଲି ଇଡି ପକ୍ଷରୁ ଜଣାପଡ଼ିଛି। ସେହିପରି ସେମାନେ କେଉଁଠି କେତେ ଟଙ୍କା ବିନିଯୋଗ କରିଛନ୍ତି ତାହାର ଖୋଳତାଡ ହେବ।

୨୦୧୬ ଡିସେମ୍ୱର ୨୫ ତାରିଖରେ ମହିମା ମିଶ୍ର ଗିରଫ ହୋଇଥିଲେ। ଓଡ଼ିଶା ପୋଲିସ ତାଙ୍କୁ ବ୍ୟାଙ୍କକରୁ ଗିରଫ କରି ଓଡ଼ିଶା ଆଣିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos