ରାଲେଗାଡ଼ା ପଞ୍ଚାୟତକୁ ବୋଟ୍ ଦେବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି। ଏ ସଂପର୍କରେ ଟ୍ୱଇଟ କରି ସୂଚନା ଦେଇଛନ୍ତି କମ୍ପାନିର ପ୍ରମୋଟର ଆନନ୍ଦ ମହିନ୍ଦ୍ରା। ସୂଚନାଯୋଗ୍ୟ, ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ନଦୀ ବର୍ଷା ଦିନେ ଅଞ୍ଚଳବାଙ୍କ ପାଇଁ ନାନା ସମସ୍ୟା ଛିଡ଼ା କରିଥାଏ।   ନଦୀରେ ପୋଲ ନ ଥିବାରୁ ସେମାନଙ୍କର ଏକମାତ୍ର ଭରସା ହେଲା ଲାଉ ତୁମ୍ବା। ଜୀବନକୁ ବାଜି ଲଗାଇ […]

river-1

Tapaswini Nayak
  • Published: Thursday, 22 October 2020
  • , Updated: 22 October 2020, 03:02 PM IST

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି। ଏ ସଂପର୍କରେ ଟ୍ୱଇଟ କରି ସୂଚନା ଦେଇଛନ୍ତି କମ୍ପାନିର ପ୍ରମୋଟର ଆନନ୍ଦ ମହିନ୍ଦ୍ରା।

ସୂଚନାଯୋଗ୍ୟ, ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ନଦୀ ବର୍ଷା ଦିନେ ଅଞ୍ଚଳବାଙ୍କ ପାଇଁ ନାନା ସମସ୍ୟା ଛିଡ଼ା କରିଥାଏ।   ନଦୀରେ ପୋଲ ନ ଥିବାରୁ ସେମାନଙ୍କର ଏକମାତ୍ର ଭରସା ହେଲା ଲାଉ ତୁମ୍ବା। ଜୀବନକୁ ବାଜି ଲଗାଇ ଲୋକେ ଲାଉ ତୁମ୍ବା ଜରିଆରେ ନଦୀ ପାର୍‌ ହୁଅନ୍ତି।

https://twitter.com/anandmahindra/status/1318554712841555969

କିଛି ଦିନ ତଳେ ଏହି ଅଞ୍ଚଳର ଦୁଇ ଅଙ୍ଗନଓ୍ୱା଼ଡ଼ି କର୍ମୀ ହେମଲତା ସିସା ଓ ପ୍ରମିଳା ପେନେଲ ଭରା ନଈରେ ଲାଉ ତୁମ୍ବା ଜରିଆରେ ପାର ହୋଇ ଆରପଟରେ ଥିବା ଗାଁ ସୁଆପାଲି ଓ ନେରୁଡ଼ିକୁ ଯାଇଥିଲେ। ଏହାର ଭିଜୁଆଲ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ସେହି ଭିଜୁଆଲ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ଏକ ବୋଟ୍ ଦେବାକୁ ଘୋଷଣା କରିଛନ୍ତି।

https://twitter.com/anandmahindra/status/1318824307322015745

Related story