ମହିଷାଖାଲରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ରାଜୀବ ଆବାସ ଯୋଜନା ବେଆଇନ: ବିଜେପି

ଭୁବନେଶ୍ୱର: ରାଜଧାନୀର ମହିଷାଖାଲରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବାସଗୃହ ଯୋଜନା ବେଆଇନ ବୋଲି ଅଭିଯୋଗ ଆଣିଛି ବିଜେପି। ସହରାଞ୍ଚଳରେ ଗରିବ ବସ୍ତି ବାସିନ୍ଦାଙ୍କ ପାଇଁ ହେଉଥିବା ରାଜୀବ ଆବାସ ଯୋଜନାରେ ପକ୍କା ଘର ଯୋଗ୍ୟ ହିତାଧିକାରୀଙ୍କ ପରିବର୍ତ୍ତେ ଶାସକ ବିଜେଡିର କିଛି ନେତା ଓ କର୍ମୀ ହାତେଇ ନେଇଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ମହାନ୍ତି ଅଭିଯୋଗ କରିଛନ୍ତି, “ଡେପୁଟି ମେୟର କେ. ଶାନ୍ତିଙ୍କ ପରିବାରର ୫ଜଣ ଏହି ଆବାସ ଯୋଜନାରେ […]

bjp-samir

Rakesh Mallick
  • Published: Wednesday, 15 June 2016
  • , Updated: 15 June 2016, 11:04 PM IST

ଭୁବନେଶ୍ୱର: ରାଜଧାନୀର ମହିଷାଖାଲରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବାସଗୃହ ଯୋଜନା ବେଆଇନ ବୋଲି ଅଭିଯୋଗ ଆଣିଛି ବିଜେପି। ସହରାଞ୍ଚଳରେ ଗରିବ ବସ୍ତି ବାସିନ୍ଦାଙ୍କ ପାଇଁ ହେଉଥିବା ରାଜୀବ ଆବାସ ଯୋଜନାରେ ପକ୍କା ଘର ଯୋଗ୍ୟ ହିତାଧିକାରୀଙ୍କ ପରିବର୍ତ୍ତେ ଶାସକ ବିଜେଡିର କିଛି ନେତା ଓ କର୍ମୀ ହାତେଇ ନେଇଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ମହାନ୍ତି ଅଭିଯୋଗ କରିଛନ୍ତି, “ଡେପୁଟି ମେୟର କେ. ଶାନ୍ତିଙ୍କ ପରିବାରର ୫ଜଣ ଏହି ଆବାସ ଯୋଜନାରେ ହିତାଧିକାରୀ ଅଛନ୍ତି।”

ସେ କହିଛନ୍ତି, “ଭୁଲ ହିତାଧିକାରୀ ଚୟନ ନେଇ ଉଚ୍ଚ ନ୍ୟାୟାଳୟରେ ଆଗତ ମାମଲାର ବିଚାର କରି ବିଡିଏ ଉପାଧ୍ୟକ୍ଷ, ସାଧାରଣ ପ୍ରଶାସନ ବିଭାଗ, ବିଏମ୍‌ସି କମିଶନର ପ୍ରମୁଖଙ୍କୁ ନୋଟିସ୍‌ ଜାରି କରାଯାଇଛି। ଜୁନ ୧୩ ତାରିଖରେ ବିଜେପି ନଗରସ୍ଥିତ ମହିଷାଖାଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜୀବ ଆବାସ ଯୋଜନାରେ ହିତାଧିକାରୀଙ୍କ ଲାଗି ନୂତନ ଗୃହ ଉଦ୍‌ଘାଟନ କରିଥିଲେ। କୋର୍ଟ ଯେଉଁମାନଙ୍କୁ ନୋଟିସ୍‌ କରିଛନ୍ତି ସେମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କାର୍ଯ୍ୟକ୍ରମ ପରିଚାଳନା କରିବା ବେଆଇନ।”

Related story