ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତଟ ରେଲୱେ ସମସ୍ତ ମେଲ୍, ଏକ୍ସପ୍ରେସ ଓ ଇଣ୍ଟରସିଟି ଜୁନ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିପରି ପାସେଞ୍ଜର ଟ୍ରେନ ଜୁନ ୩୦ ଯାଏଁ ବାତିଲ ହୋଇଛି। ସମସ୍ତ ସବ୍-ଅର୍ବାନ ଓ ମେଟ୍ରୋ ରେଳକୁ ମଧ୍ୟ ଜୁନ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ପୂର୍ବତଟ ରେଲୱେ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏସବୁ ମେଲ୍, ଏକ୍ସପ୍ରେସ, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ୍ ମେ’ ୧୭ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଥିଲା।
ଏପଟେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ପ୍ରତିଦିନ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ। ଆଜି ଏକ ଶ୍ରମିକ ସ୍ପେଶାଲ ଟ୍ରେନ୍ ବଲାଙ୍ଗିରରେ ପହଞ୍ଚିଛି। ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍। ଏଥିରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ୨୦୦ରୁ ଅଧିକ ଶ୍ରମିକ ଆସିଛନ୍ତି। ସେପଟେ ଆଜି ଅପରାହ୍ନ ୫ଟା ୧୫ ମିନିଟରେ ଏକ ସ୍ୱତନ୍ତ୍ର ଟ୍ରେନ ନୂଆଦିଲ୍ଲୀରୁ ଛାଡିଛି। ଏହା ଆସନ୍ତାକାଲି ସଂଧ୍ୟା ୫ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।