ଡିସେମ୍ବର ୭ରୁ ଓଡ଼ିଶା ପ୍ରଶାସନିକ ସେବା( ମେନ୍ )ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁ ସ୍ଥଗିତ ଥିବା ଓଡ଼ିଶା ପ୍ରଶାସନିକ ସେବାର ମେନ୍ ପରୀକ୍ଷା ଆସନ୍ତା ଡିସେମ୍ବର ୭ରୁ ଆରମ୍ଭ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି କାର୍ଯ୍ୟସୂଚୀ ଜାରି ହୋଇଛି। ସୂଚନା ଅନୁସାରେ ଏହି ମେନ୍ ପରୀକ୍ଷା ୨ଟି ସିଫ୍ଟରେ ଡିସେମ୍ବର ୭ରୁ ଆରମ୍ଭ ହୋଇ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ ୧ଘଣ୍ଟା ସମୟ ମିଳିବ। ଏହି ପରୀକ୍ଷା ସକାଳ ୯ଟାରୁ ୧ଟା ଓ ୨ଟାରୁ ୬ଟା ପର୍ଯ୍ୟନ୍ତ […]

JEE-EXAM

JEE-EXAM

Tapas Behera
  • Published: Wednesday, 28 October 2020
  • Updated: 28 October 2020, 10:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁ ସ୍ଥଗିତ ଥିବା ଓଡ଼ିଶା ପ୍ରଶାସନିକ ସେବାର ମେନ୍ ପରୀକ୍ଷା ଆସନ୍ତା ଡିସେମ୍ବର ୭ରୁ ଆରମ୍ଭ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି କାର୍ଯ୍ୟସୂଚୀ ଜାରି ହୋଇଛି।

ସୂଚନା ଅନୁସାରେ ଏହି ମେନ୍ ପରୀକ୍ଷା ୨ଟି ସିଫ୍ଟରେ ଡିସେମ୍ବର ୭ରୁ ଆରମ୍ଭ ହୋଇ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ ୧ଘଣ୍ଟା ସମୟ ମିଳିବ। ଏହି ପରୀକ୍ଷା ସକାଳ ୯ଟାରୁ ୧ଟା ଓ ୨ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ୧୫୬ଟି ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୪୪୬୩୬ଜଣ ଆବେଦନକାରୀ ଏହି ପରୀକ୍ଷା ଦେଇଥିଲେ ଓ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଆସନ୍ତା ଡିସେମ୍ବର ୭ରେ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ।
ସୂଚନାଯୋଗ୍ୟ, ପୂର୍ବରୁ ଏହି ମେନ୍ ପରୀକ୍ଷା ସେପ୍ଟେମ୍ବର ମାସରେ ହେବାକୁ ସ୍ଥିରୀକୃତ ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ଆଶଙ୍କାରେ ଲୋକସେବା ଆୟୋଗ ଏହି ପରୀକ୍ଷାକୁ ସ୍ଥଗିତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos