ମାଆ ମଝି ଘରିଆଣିଙ୍କ ହୁଣ୍ଡି ଗଣତି

Ordigital Desk
  • Published: Friday, 04 May 2018
  • , Updated: 04 May 2018, 05:09 PM IST
<p>ରାୟଗଡ଼ା (ମନୋଜ ପାତ୍ର): ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ମଝି ଘରିଆଣି। ଏଠାକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଛନ୍ତି। ମାଆଙ୍କୁ ଦର୍ଶନ କରି ଫେରିବା ବେଳେ ମାଆଙ୍କ ହୁଣ୍ଡିରେ ଦାନ ଦେଇଥାଆନ୍ତି। ହୁଣ୍ଡିରେ ପଡ଼ୁଥିବା ଏହି ଦାନ ଅର୍ଥକୁ ଆଜି ଗଣତି କରାଯିବ। ସକାଳ ୧୦ଟା ସମୟରେ ମନ୍ଦିର ଅଫିସ୍&zwnj; ପରିସରରେ ଗଣତି କାର୍ଯ୍ୟ ଚାଲିଛି। ହୁଣ୍ଡିରୁ ବାହାରିଥିବା ଟଙ୍କା ଓ ସୁନାରୁପା ଗୁଡ଼ିକ ଗଣତିରେ ସହଯୋଗ କରୁଛନ୍ତି ମନ୍ଦିର ପରିଚାଳନା କମିଟି, ପୋଲିସ୍&zwnj;, କର୍ମଚାରୀ, ସ୍ୱେଚ୍ଛାସେବା ସଂଗଠନ, ମହିଳା ସଂଗଠନ ସେମତ ଉତ୍କଳ ଗ୍ରାମ୍ୟବ୍ୟାଙ୍କର କର୍ମଚାରୀମାନେ। ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୋଳିସ ମଧ୍ୟ ମୁତୟନ କରାଯାଇଛି। ହୁଣ୍ଡିରୁ ନଗଦ ୫୯ ଲକ୍ଷ ୨୭ ହଜାର ୩୭୩ ଟଙ୍କା, ୩୨ ଗ୍ରାମ ସୁନା ଓ ୨ କେଜି ୩୯୦ ଗ୍ରାମ ରୁପା ବାହାରିଛି। ଏହାଛଡ଼ା ୨୫ଟି ପୁରୁଣା ୫ ଶହ ଟଙ୍କିଆ ନୋଟ୍&zwnj; ମିଳିଛି। ପୁରୁଣା ନୋଟ୍&zwnj; ଗୁଡ଼ିକ ବଦଳାଇବା ପାଇଁ ଚେଷ୍ଟା କରାଯିବ।</p>

Related story