ଏଟିଏମ ଓ ବ୍ୟାଙ୍କରେ ପର୍ଯ୍ୟାପ୍ତ ନଗଦ ଉପଲବ୍ଧ କରାଅ: ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ବ୍ୟାଙ୍କ ଓ ଏଟିଏମଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ(ଟଙ୍କା) ଉପଲବ୍ଧ କରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପିକେ ବିଶ୍ୱାଳ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି ଲେଖି କହିଛନ୍ତି ଯେ, କରୋନା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପ୍ରତିଷେଧକ […]

atm-countre

atm-countre

Manoranjan Sial
  • Published: Friday, 20 March 2020
  • Updated: 20 March 2020, 07:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ବ୍ୟାଙ୍କ ଓ ଏଟିଏମଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ(ଟଙ୍କା) ଉପଲବ୍ଧ କରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପିକେ ବିଶ୍ୱାଳ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି ଲେଖି କହିଛନ୍ତି ଯେ, କରୋନା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି। ଏବେ ଅତ୍ୟନ୍ତ କଠିନ ସମୟ ହୋଇଥିବାରୁ ସାଧାରଣ ଲୋକମାନେ ନିଜ ପାଖରେ ଅଧିକ ନଗଦ ରଖିବାକୁ ଚାହିଁବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ବ୍ୟାଙ୍କ ଶାଖା ଓ ଏଟିଏମ୍ କାଉଣ୍ଟରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ ଅର୍ଥ ରାଶି ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଭବିଷ୍ୟତରେ ଯେଭଳି କୌଣସି ବ୍ୟାଙ୍କ ଶାଖା ଓ ଏଟିଏମ୍ କାଉଣ୍ଟରଗୁଡ଼ିକରେ ଅର୍ଥ ଅଭାବ ନରହିବ ତାହା ସୁନିଶ୍ଚିତ କରାଇବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos