ମାଲକାନଗିରି : ଜିଲ୍ଲା କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା

ମାଲକାନଗିରି: ଚିତ୍ରକୋଣ୍ଡା ବିଧାୟକଙ୍କୁ ବରଖାସ୍ତ କରିବା ସହ ୩ ଦଫା ଦାବିରେ ଆଜି ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ। ସମଗ୍ର ଜିଲ୍ଲାରେ ବନ୍ଦର ପ୍ରଭାବ ପଡିଛି। ବ୍ୟାବସାୟିକ ପ୍ରତିଷ୍ଠାନ ସହ ସ୍କୁଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ଲୋକେ ହଇରାଣ ହୋଇଛନ୍ତି। ଜିଲ୍ଲା କଂଗ୍ରେସର ନେତା ଓ କର୍ମୀମାନେ ବିଭିନ୍ନ ଛକରେ ଟାୟାର ଜାଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବତ୍ତନ ସାଂସଦ ପ୍ରଦୀପ […]

malakanagiri

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 05:46 AM IST

ମାଲକାନଗିରି: ଚିତ୍ରକୋଣ୍ଡା ବିଧାୟକଙ୍କୁ ବରଖାସ୍ତ କରିବା ସହ ୩ ଦଫା ଦାବିରେ ଆଜି ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ। ସମଗ୍ର ଜିଲ୍ଲାରେ ବନ୍ଦର ପ୍ରଭାବ ପଡିଛି। ବ୍ୟାବସାୟିକ ପ୍ରତିଷ୍ଠାନ ସହ ସ୍କୁଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ଲୋକେ ହଇରାଣ ହୋଇଛନ୍ତି। ଜିଲ୍ଲା କଂଗ୍ରେସର ନେତା ଓ କର୍ମୀମାନେ ବିଭିନ୍ନ ଛକରେ ଟାୟାର ଜାଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବତ୍ତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏହି ବନ୍ଦପାଳନ ଚାଲିଛି। ଘରୋଇ କମ୍ପାନୀଠାରୁ ଲାଞ୍ଚ ମାଗିଥିବା ଚିତ୍ରକୋଣ୍ଡା ବିଧାୟକଙ୍କୁ ବରଖାସ୍ତ ସହ ଗିରଫ ଓ ପୌର ପରିଷଦରେ ହୋଇଥିବା ଦୁର୍ନୀତିର ତଦନ୍ତ ସହ ଦରଦାମ ବୃଦ୍ଧିର ତୁରନ୍ତ ପ୍ରତିକାର ଦାବିରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

Related story