ମାଲକାନଗିରି : ପୋଲିସ୍ ଏନକାଉଣ୍ଟରେ ୩ ମାଓବାଦୀ ମୃତ

ମାଲକାନଗିରି: ମାଓବାଦୀମାନେ ଏବେ ପାଳୁଛନ୍ତି ସହିଦ ସପ୍ତାହ। ଆଉ ତାଙ୍କର ଏହି ସହିଦ ସପ୍ତାହ ଅବସରରେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଓଡ଼ିଶା-ଛତିଶଗଡ଼ ସୀମାର ତଣ୍ଡିକିରେ ପୋଲିସ୍ ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ରହିଛନ୍ତି। ଏହା ସହିତ ଘଟଣାସ୍ଥଳରୁ ୫ଟି ବନ୍ଧୁକ, ଗ୍ରେନେଡ, ଲାପଟପ୍, ମାଓ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

malkangirimao

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 01:42 PM IST

ମାଲକାନଗିରି: ମାଓବାଦୀମାନେ ଏବେ ପାଳୁଛନ୍ତି ସହିଦ ସପ୍ତାହ। ଆଉ ତାଙ୍କର ଏହି ସହିଦ ସପ୍ତାହ ଅବସରରେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଓଡ଼ିଶା-ଛତିଶଗଡ଼ ସୀମାର ତଣ୍ଡିକିରେ ପୋଲିସ୍ ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ରହିଛନ୍ତି। ଏହା ସହିତ ଘଟଣାସ୍ଥଳରୁ ୫ଟି ବନ୍ଧୁକ, ଗ୍ରେନେଡ, ଲାପଟପ୍, ମାଓ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

[caption id="attachment_20004" align="alignleft" width="800"] ଏନକାଉଣ୍ଟରସ୍ଥଳରୁ ମିଳିଥିବା ୫ ବନ୍ଧୁକ[/caption]

ପୋଲିସ୍ ମହାନିର୍ଦ୍ଦେଶକ ସଂଜୀବ ମାରିକ କହିଛନ୍ତି ଯେ ମାଓବାଦୀମାନେ ତଣ୍ଡିକିରେ ଶିବିର କରୁଥିବା ନେଇ ପୂର୍ବରୁ ସୂଚନା ଥିଲା। ୨୨ ଜଣ କ୍ୟାଡର ମାଓବାଦୀ ସେଠାରେ ମେଳି କରୁଥିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଆଧାରରେ ମାଲକାନଗିରି ଜିଲ୍ଲା ଏସପିଙ୍କ ନେତୃତ୍ୱରେ ସେଠାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ସେଠାରେ ଅଧିକ ମାଓବାଦୀ ଥିଲେ ବୋଲି ଜଣାପଡ଼ିଛି। ଚଢ଼ାଉ ବେଳେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ମାଓବାଦୀ ରହିଛନ୍ତି। ସେମାନଙ୍କ ମୃତଦେହକୁ ଜବତ କରାଯାଇଛି। ଏନକାଉଣ୍ଟର ବେଳେ ଦୁଇ ପକ୍ଷ ମଧ୍ୟରେ ୨୦୦ରୁ ଅଧିକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା ବୋଲି ସେ କହିଛନ୍ତି।

Related story