Advertisment

ରାଜ୍ୟର ଦୁର୍ଗମ ଅଞ୍ଚଳକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ କରାଯିବ ରକ୍ତ ପରୀକ୍ଷା

ଭୁବନେଶ୍ୱର: ଗତ ପାଞ୍ଚ ବର୍ଷ ଧରି ଓଡ଼ିଶାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ସମଗ୍ର ଦେଶରେ ସର୍ବାଧିକ ରହିଛି। ବିଗତ ବର୍ଷ ଗୁଡ଼ିକରେ ରାଜ୍ୟରେ ମ୍ୟାଲେରିଆ ମୃତ୍ୟୁସଂଖ୍ୟା କମିଥିଲେ ମଧ୍ୟ ଗତ ତିନି ବର୍ଷ ହେବ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି। ରାଜ୍ୟର ଦୁର୍ଗମ ଅଞ୍ଚଳଗୁଡ଼ିକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବେ ଆରମ୍ଭ କରିଛି ନୂଆ ଯୋଜନା। ଦୁର୍ଗମ ଅଞ୍ଚଳବାସୀଙ୍କୁ ସେମାନଙ୍କ ଭାଷାରେ ସଚେତନ କରାଯିବା ସହ ସମସ୍ତଙ୍କର କରାଯିବ ରକ୍ତ ପରୀକ୍ଷା। […]

ଅଦ୍ୟତନ ହୋଇଛି
ରାଜ୍ୟର ଦୁର୍ଗମ ଅଞ୍ଚଳକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ କରାଯିବ ରକ୍ତ ପରୀକ୍ଷା

malaria

Advertisment

malariaଭୁବନେଶ୍ୱର: ଗତ ପାଞ୍ଚ ବର୍ଷ ଧରି ଓଡ଼ିଶାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ସମଗ୍ର ଦେଶରେ ସର୍ବାଧିକ ରହିଛି। ବିଗତ ବର୍ଷ ଗୁଡ଼ିକରେ ରାଜ୍ୟରେ ମ୍ୟାଲେରିଆ ମୃତ୍ୟୁସଂଖ୍ୟା କମିଥିଲେ ମଧ୍ୟ ଗତ ତିନି ବର୍ଷ ହେବ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି। ରାଜ୍ୟର ଦୁର୍ଗମ ଅଞ୍ଚଳଗୁଡ଼ିକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବେ ଆରମ୍ଭ କରିଛି ନୂଆ ଯୋଜନା। ଦୁର୍ଗମ ଅଞ୍ଚଳବାସୀଙ୍କୁ ସେମାନଙ୍କ ଭାଷାରେ ସଚେତନ କରାଯିବା ସହ ସମସ୍ତଙ୍କର କରାଯିବ ରକ୍ତ ପରୀକ୍ଷା।

Advertisment

ରାଜ୍ୟର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମ୍ୟାଲେରିଆର ପ୍ରକୋପ ଅଧିକ ଦେଖିବାକୁ ମିଳୁଛି। ସଚେତନତାର ଅଭାବକୁ ଏଥିପାଇଁ ଦାୟୀ କରାଯାଉଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ହୋଇ ନ ପାରିବା କାରଣରୁ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ସେ ଦୃଷ୍ଟିରୁ ମ୍ୟାଲେରିଆ ନିରାକରଣ ପାଇଁ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଏମ୍‌.ଏମ୍‌.ପ୍ରଧାନ କହିଛନ୍ତି ଯେ ଏହି ସବୁ ଜିଲ୍ଲାର ଦୁର୍ଗମ ଅଞ୍ଚଳଗୁଡ଼ିକରେ ଲୋକମାନଙ୍କୁ ସେମାନଙ୍କ ଭାଷାରେ ମ୍ୟାଲେରିଆ ସଂପର୍କରେ ସଚେତନ କରାଯିବ। ସେହି ଅଞ୍ଚଳଗୁଡ଼ିକରେ କିପରି ମ୍ୟାଲେରିଆ ଔଷଧ ଉପଲବ୍ଧ କରାଯାଇପାରିବ ସେ ନେଇ ବ୍ୟବସ୍ଥା କରାଯିବ। ଦୁର୍ଗମ ଅଞ୍ଚଳର ସମସ୍ତ ଲୋକଙ୍କର ରକ୍ତ ପରୀକ୍ଷା କରାଯିବ। ରକ୍ତ ପରୀକ୍ଷାରୁ ମ୍ୟାଲେରିଆର ଲକ୍ଷଣ ଜଣାପଡ଼ିଲେ ଜର ଥାଉ ଅବା ନଥାଉ ସେମାନଙ୍କ ଚିକିତ୍ସା କରାଯିବ।

ନ୍ୟାସନାଲ୍ ଭେକ୍‌ଟର ବର୍ନ ଡିଜିଜ୍ କଣ୍ଟ୍ରୋଲ୍ ପ୍ରୋଗ୍ରାମ୍  ବା ଏନ୍‌ଭିବିଏଡିସିପିର ତଥ୍ୟ ଅନୁଯାୟୀ ମ୍ୟାଲେରିଆ ମୃତ୍ୟୁ କ୍ଷେତ୍ରରେ ମେଘାଳୟ ସବୁଠୁ ଆଗରେ ରହିଛି। ଓଡ଼ିଶାରେ ୨୦୧୪ରେ ୮୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୫ରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମ୍ୟାଲେରିଆ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ସରକାରୀ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ  ମ୍ୟାଲେରିଆର ପ୍ରାଦୁର୍ଭାବ କମୁ ନ ଥିବା କୁହାଯାଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe