ଧାର୍ଯ୍ୟ ସମୟରେ ଗୁରୁପ୍ରିୟା ସେତୁ କାମ ସାରିପାରିବୁନି: ଯନ୍ତ୍ରୀ କହିଲେ ଆମକୁ ଆଉ କିଛି ସମୟ ଦିଅ

ଭୁବନେଶ୍ୱର: ଧାର୍ଯ୍ୟ ସମୟ ମଧ୍ୟରେ ମାଲକାନଗିରିର ଚିତ୍ରକୋଣ୍ଡାରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ନିର୍ମାଣ କାମ ସରିବ ନାହିଁ। ସେତୁ ନିର୍ମାଣ କାମ ସାରିବାକୁ ଆଉ ଦୁଇ ମାସ ସମୟ ଲାଗିବ। ଗତକାଲି ୩ଟି ଗାର୍ଡ଼ର ଭୁଶୁଡ଼ି ପଡ଼ିବା ପରେ ଆଜି ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ। ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ କାମ ସେପ୍ଟେମ୍ୱର ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଗତକାଲି ୧୦ […]

guruprya bridge

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 04:25 PM IST

ଭୁବନେଶ୍ୱର: ଧାର୍ଯ୍ୟ ସମୟ ମଧ୍ୟରେ ମାଲକାନଗିରିର ଚିତ୍ରକୋଣ୍ଡାରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ନିର୍ମାଣ କାମ ସରିବ ନାହିଁ। ସେତୁ ନିର୍ମାଣ କାମ ସାରିବାକୁ ଆଉ ଦୁଇ ମାସ ସମୟ ଲାଗିବ। ଗତକାଲି ୩ଟି ଗାର୍ଡ଼ର ଭୁଶୁଡ଼ି ପଡ଼ିବା ପରେ ଆଜି ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ।

ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ କାମ ସେପ୍ଟେମ୍ୱର ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଗତକାଲି ୧୦ ଓ ୧୧ ନମ୍ୱର ପାଇଲ ମଝିରେ ଥିବା କଂକ୍ରିଟ୍‌ ଗାର୍ଡ଼ର ଗୁଡ଼ିକ ସହ ସେଣ୍ଟ୍ରିଂ ଭୁଶୁଡ଼ି ପଡ଼ିଥିଲା। ଫଳରେ ଦୃତଗତିରେ ଆଗେଇ ଚାଲିଥିବା ନିର୍ମାଣ କାମରେ ବାଧାପ୍ରାପ୍ତ ହୋଇଛି।

ପୂର୍ବରୁ ବର୍ଷେ ତଳେ ଗୁରୁପ୍ରିୟା ଦେତୁର ୩ଟି ପିଲାର ବଙ୍କା ହୋଇଯାଇଥିଲା। ଏହା ପରେ ସେତୁର ଡିଜାଇନ୍‌ ବଦଳା ଯାଇଥିଲା। ଗୁରୁପ୍ରିୟା ସେତୁ ନିର୍ମାଣ କାମ ୩ ବର୍ଷ ତଳେ ଆରମ୍ଭ ହୋଇଥିଲା। କୋଲକାତାର ରୟାଲ ଇନଫ୍ରା ନାମକ ଏକ ଠିକା ସଂସ୍ଥା କାମ କରୁଥିଲା।

Related story