୭ ଦଶନ୍ଧି ପରେ ଲାଲ୍‌ଗଡ଼ ଭାବେ ପରିଚିତ ଯୋଡ଼ାଆମ୍ୱରେ ଜିଲ୍ଲାପାଳ, ଏସ୍‌ପି

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ଲାଲଗଡ କୁହାଯାଉଥିବା ଯୋଡ଼ାଆମ୍ବରେ ପହଞ୍ଚିଲା ପ୍ରଶାସନିକ। ଜିଲ୍ଲାପାଳ, ଏସ୍‌ପି,  ବିଏସଏଫ୍‌ ଡିଆଇଜିଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଏକ ଟିମ ଆଜି ଯୋଡ଼ାଆମ୍ବରେ ପହଞ୍ଚିଥିଲେ। ୭ ଦଶନ୍ଧି ପରେ ପ୍ରଥମ ଥର ଜିଲ୍ଲାପାଳ ଓ ପୂରା ପ୍ରଶାସିକ ଅଧିକାରୀ ସେହି ଅଞ୍ଚଳ ଗସ୍ତ କରିଛନ୍ତି। ଯୋଡ଼ାଆମ୍ବ ସହ ନିକଟରେ ଥିବା ଗାଁ ଗୁଡିକୁ ଯାଇ ଲୋକଙ୍କର ସହ ଆଲୋଚନା କରିଛନ୍ତି ଏହି ଟିମ। ଲୋକଙ୍କ ମୌଳିକ ସୁବିଧା ଓ ସମସ୍ୟା ବିଷୟରେ ପଚାରି […]

malkangiri

malkangiri

Manoranjan Sial
  • Published: Thursday, 08 October 2020
  • Updated: 08 October 2020, 05:41 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ଲାଲଗଡ କୁହାଯାଉଥିବା ଯୋଡ଼ାଆମ୍ବରେ ପହଞ୍ଚିଲା ପ୍ରଶାସନିକ। ଜିଲ୍ଲାପାଳ, ଏସ୍‌ପି,  ବିଏସଏଫ୍‌ ଡିଆଇଜିଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଏକ ଟିମ ଆଜି ଯୋଡ଼ାଆମ୍ବରେ ପହଞ୍ଚିଥିଲେ। ୭ ଦଶନ୍ଧି ପରେ ପ୍ରଥମ ଥର ଜିଲ୍ଲାପାଳ ଓ ପୂରା ପ୍ରଶାସିକ ଅଧିକାରୀ ସେହି ଅଞ୍ଚଳ ଗସ୍ତ କରିଛନ୍ତି। ଯୋଡ଼ାଆମ୍ବ ସହ ନିକଟରେ ଥିବା ଗାଁ ଗୁଡିକୁ ଯାଇ ଲୋକଙ୍କର ସହ ଆଲୋଚନା କରିଛନ୍ତି ଏହି ଟିମ। ଲୋକଙ୍କ ମୌଳିକ ସୁବିଧା ଓ ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏବେ ଲାଲଗଡ଼ ଭାବେ ପରିଚିତ ଏହି ଅଞ୍ଚଳର ଚିତ୍ର ବଦଳିଛି। ସେଠିକାର ଲୋକେ ନକ୍ସଲଙ୍କ ହାତ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

ପୂର୍ବରୁ ଏହି ଅଞ୍ଚଳର ଲୋକଙ୍କୁ ନିଜ ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ପ୍ରଶାସନ ପାଖରେ ପହଞ୍ଚିବା ପାଇଁ ୩ ଦିନ ଲାଗୁଥିଲା। ଲଞ୍ଚରେ ନଦୀ ପାର ହୋଇ ସରକାରୀ ବାବୁଙ୍କ ପାଖରେ ହଞ୍ଚିବାକୁ ପଡ଼ୁଥିଲା। କିନ୍ତୁ ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରଶାସନିକ ଅଧିକାରୀମାନେ ଲାଲ୍‌ଗଡ଼ରେ ପହଞ୍ଚିଛନ୍ତି ଓ ଲୋକଙ୍କ ସମସ୍ୟା ବୁଝିଛନ୍ତି। ପ୍ରଶାସନର ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ବେଶ୍‌ ପ୍ରଶଂସା କରିଛନ୍ତି। ଗାଁ ଲୋକଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos