ଭିନିଲ୍‌କ୍ରିଷ୍ଣା ଅପହରଣ ମାମଲାର ଦୋଷୀ ତପନକୁ ହାଇକୋର୍ଟରୁ ଜାମିନ  

କଟକ: ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଆର୍‌. ଭିନିଲ୍‌କ୍ରିଷ୍ଣା ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ତପନ ଶାହାଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିଛି। ତେବେ ମାଲକାନଗିରି ଦୌରାଜଜ୍‌ ସର୍ତ୍ତ ରଖି ତପନଙ୍କୁ ଜାମିନ ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ୨୦୧୨ ମସିହାରେ ଜିଲ୍ଲାପାଳ ଭିନିଲ୍‌କ୍ରିଷ୍ଣାଙ୍କୁ ମାଓବାଦୀମାନେ ଅପହରଣ କରିଥିଲେ। ଜିଲ୍ଲାପାଳ ସରକାରୀ ଗସ୍ତରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଗ୍ରାମ୍ୟ ରୋଜଗାର ସେବକ ଭାବେ କାମ କରୁଥିବା ତପନ […]

high

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 07:16 PM IST

କଟକ: ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଆର୍‌. ଭିନିଲ୍‌କ୍ରିଷ୍ଣା ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ତପନ ଶାହାଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିଛି। ତେବେ ମାଲକାନଗିରି ଦୌରାଜଜ୍‌ ସର୍ତ୍ତ ରଖି ତପନଙ୍କୁ ଜାମିନ ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି।

୨୦୧୨ ମସିହାରେ ଜିଲ୍ଲାପାଳ ଭିନିଲ୍‌କ୍ରିଷ୍ଣାଙ୍କୁ ମାଓବାଦୀମାନେ ଅପହରଣ କରିଥିଲେ। ଜିଲ୍ଲାପାଳ ସରକାରୀ ଗସ୍ତରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଗ୍ରାମ୍ୟ ରୋଜଗାର ସେବକ ଭାବେ କାମ କରୁଥିବା ତପନ ଶାହା ମଧ୍ୟ ତାଙ୍କ ସାଥିରେ ଯାଇଥିଲେ।

ଜିଲ୍ଲାପାଳଙ୍କ ଗସ୍ତ ସମ୍ପର୍କରେ ମାଓବାଦୀଙ୍କୁ ଖବର ଦେଇଥିବା ଅଭିଯୋଗରେ ତପନ ସେହିବର୍ଷ ମାର୍ଚ୍ଚ ୧୬ ତାରିଖରେ ଗିରଫ ହୋଇଥିଲେ। ଏହି ମାମଲାକୁ ମାଲକାନଗିରି ଦୌରାଜଜ୍‌  ବିଚାର କରି ତପନ ଓ ଅନ୍ୟ ସହଯୋଗୀଙ୍କୁ ଦେଶଦ୍ରୋହ ଓ ଅପହରଣ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

ଦୌରାଜଜଙ୍କ ରାୟକୁ ଚ୍ୟାଲେଞ୍ଜ କରି ତପନ ହାଇକୋର୍ଟରେ ଅପିଲ କରିଛନ୍ତି।

Related story