ରାସ୍ତା ଖୋଳି ଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ରାସ୍ତା ଖୋଳି ଦେଲେ ମାଓବାଦୀ।  ମାଥିଲି ଥାନା ଅନ୍ତର୍ଗତ ମହୁପଦର ଗାଁର ମୁଖ୍ୟ ରାସ୍ତାକୁ ମାଓବାଦୀମାନେ ଖୋଳି ଦେଇଛନ୍ତି। ଫଳରେ ମହୁପଦର-ଡଙ୍ଗପାଲ ଓ ମହୁପଦର-ମାଥିଲି ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।  ଗମନାଗମନ ଠପ୍ ଯୋଗୁ ଲୋକେ ହଇରାଣ ହେଉଛନ୍ତି।  ଗତକାଲି ଛତିଶଗଡର ଦାନ୍ତେୱାଡା, ସୁକମା, ବିଜାପୁର ଏବଂ ନାରାୟଣପୁର ଜିଲ୍ଲାରେ ମାଓବାଦୀ ବନ୍ଦ ଡାକରା ଦେଇଥିବା ବେଳେ ତାହାର ପ୍ରଭାବ ମାଲକାନଗିରିରେ ମଧ୍ୟ ଦେଖିବାକୁ ମିଳିଛି।