ଶବ ବୁଲିଲା ୨୦୦ କିଲୋମିଟର!

ମାଲକାନଗିରି (ଜିତେନ୍ଦ୍ର ବେଉରା): ଚିର ନିଦ୍ରାରେ ଶୋଇଯାଇ ଜଣେ ଶ୍ରମିକ ପ୍ରବାସୀ ଶ୍ରମିକ। ଦାନା ପାଇଁ ଦାଦନ ଯାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଜୀଇଁଥିଲା ବେଳେ ପେଟ ଚାଖଣ୍ଡକ ପାଇଁ ଯେତିକି ସଂଘର୍ଷ କରୁଥିଲେ, ତା’ଠୁ କିନ୍ତୁ ବଳିଯାଇଛି ମୃତ୍ୟୁ ପରର ଯନ୍ତ୍ରଣା। କାରଣ ମଶାଣି ଯିବାକୁ ଏହି ଶବ ବୁଲିଛି ୨୦୦ କିଲୋମିଟର। ଏଥିପାଇଁ ହେବାକୁ ପଡ଼ିଛି ନାନା ଛି ଛାକର। ଯାହାଙ୍କର ନାଁ ହେଉଛି ବାସୁଦେବ କୁରାମୀ। ମାଲକାନଗିରି ଜିଲ୍ଲା ସେରପାଲ୍ଲିର ବାସୁଦେବ ୩ […]

death

death

Manoranjan Sial
  • Published: Saturday, 16 May 2020
  • Updated: 16 May 2020, 08:11 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଚିର ନିଦ୍ରାରେ ଶୋଇଯାଇ ଜଣେ ଶ୍ରମିକ ପ୍ରବାସୀ ଶ୍ରମିକ। ଦାନା ପାଇଁ ଦାଦନ ଯାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଜୀଇଁଥିଲା ବେଳେ ପେଟ ଚାଖଣ୍ଡକ ପାଇଁ ଯେତିକି ସଂଘର୍ଷ କରୁଥିଲେ, ତା’ଠୁ କିନ୍ତୁ ବଳିଯାଇଛି ମୃତ୍ୟୁ ପରର ଯନ୍ତ୍ରଣା। କାରଣ ମଶାଣି ଯିବାକୁ ଏହି ଶବ ବୁଲିଛି ୨୦୦ କିଲୋମିଟର। ଏଥିପାଇଁ ହେବାକୁ ପଡ଼ିଛି ନାନା ଛି ଛାକର। ଯାହାଙ୍କର ନାଁ ହେଉଛି ବାସୁଦେବ କୁରାମୀ।

ମାଲକାନଗିରି ଜିଲ୍ଲା ସେରପାଲ୍ଲିର ବାସୁଦେବ ୩ ମାସ ତଳେ ହାଇଦ୍ରାବାଦକୁ ଯାଇଥିଲେ। ସେଠାରେ କାମ ମଧ୍ୟ କରୁଥିଲେ। ତେବେ ଗତ କିଛିଦିନ ତଳେ କୌଣସି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଚିକିତ୍ସା କରାଇ ଘରକୁ ନେବାକୁ ସ୍ଥାନୀୟ ପ୍ରଶାସନର ଅନୁମତି ମାଗିଥିଲେ ସାଥୀ ଶ୍ରମିକ। କିନ୍ତୁ କରୋନା ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ପାଇଁ ଅନୁମତି ନମିଳିବାରୁ ୪୦ ହଜାର ଟଙ୍କାରେ ଏକ ପୁରୁଣା ବାଇକ କିଣି ବାସୁଦେବଙ୍କୁ ଗାଁରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ସମସ୍ତେ। ହେଲେ ଦୁର୍ଭାଗ୍ୟକୁ ମୃତ୍ୟୁ ହୋଇଯାଇଥିଲା ବାସୁଦେବଙ୍କର। ଏହାପରେ ସରକାରୀ ଆମ୍ବୁଲାନ୍ସରେ ମୃତଦେହକୁ ଧରି ଫେରିଥିଲେ। ହେଲେ ମାଲକାନଗିରି ମୋଟୁ ସୀମାନ୍ତରେ ମିଳିନଥିଲା ପ୍ରବେଶ ଅନୁମତି। ଶେଷରେ ଆମ୍ବୁଲାନ୍ସରେ ୨୦୦ କିଲୋମିଟର ବୁଲି ବୁଲି ଗାଁରେ ଶବକୁ ପହଞ୍ଚାଇଥିଲେ ସହଯୋଗୀ।

ଏପଟେ ପ୍ରବାସୀ ଶ୍ରମିକଙ୍କ ନା ଚଲା ବାଟ ସରୁଛି, ନା ଯନ୍ତ୍ରଣାର ଅନ୍ତ ହେଉଛି। ଓଡ଼ିଶା ଦେଇ କୌଣସି ପ୍ରବାସୀ ଚାଲି ଚାଲି ଯିବେନି। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଶ୍ରମିକଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ସେମାନେ ଓଡ଼ିଶା ଆସନ୍ତୁ କିମ୍ବା ଓଡ଼ିଶା ଦେଇ ଯାଆନ୍ତୁ, ସମସ୍ତ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯିବ। ଥାନାକୁ ଯାଇ ଅବଗତ କଲେ ଶ୍ରମିକଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ପୁଲିସ୍ ବ୍ୟବସ୍ଥା କରିବ ବୋଲି କହିଥିଲେ ଡିଜିପି। କିଛି ସ୍ଥାନରେ ପ୍ରବାସୀ ଶ୍ରମିକଙ୍କୁ ଖାଇବାକୁ ମଧ୍ୟ ଦିଆଯାଇଛି। ଯାନବାହନର ବି ବ୍ୟବସ୍ଥା ହୋଇଛି। ତଥାପି ବାଟ ଚାଲୁଛନ୍ତି ଶ୍ରମିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos