ବଣ ଚାକୁଣ୍ଡା ଭୟ:  ବିଭିନ୍ନ ଦୋକାନରେ ପ୍ରଶାସନର ଚଢ଼ାଉ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଣ ଚାକୁଣ୍ଡା ଖାଇ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌ ତଥ୍ୟ ଦେବା ପରେ ତନାଘନା ଆରମ୍ଭ ହୋଇଛି। ଆଜି ଜିଲ୍ଲାରେ ଥିବା ହୋଲସେଲର, ଗୋଦାମ, ରିଟେଲର କାଉଣ୍ଟର ଓ ସାପ୍ତାହିକ ହାଟ ଗୁଡ଼ିକରେ ପ୍ରଶାସନ ଓ ଯୋଗାଣ ବିଭାଗ ଚଢ଼ାଉ କରିଛି। ତା’ସହିତ ଡାଲିର ନମୂନା ସଂଗ୍ରହ କରିଛି। ଜିଲ୍ଲାରେ ବିକ୍ରି ହେଉଥିବା ଡାଲିରେ ବଣ ଚାକୁଣ୍ଡା ମିଶୁଛି କି ନାହିଁ ଜାଣିବା ପାଇଁ ଡାଲିର ନମୂନା […]

malkangiri

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 06:01 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଣ ଚାକୁଣ୍ଡା ଖାଇ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌ ତଥ୍ୟ ଦେବା ପରେ ତନାଘନା ଆରମ୍ଭ ହୋଇଛି। ଆଜି ଜିଲ୍ଲାରେ ଥିବା ହୋଲସେଲର, ଗୋଦାମ, ରିଟେଲର କାଉଣ୍ଟର ଓ ସାପ୍ତାହିକ ହାଟ ଗୁଡ଼ିକରେ ପ୍ରଶାସନ ଓ ଯୋଗାଣ ବିଭାଗ ଚଢ଼ାଉ କରିଛି। ତା’ସହିତ ଡାଲିର ନମୂନା ସଂଗ୍ରହ କରିଛି।

ଜିଲ୍ଲାରେ ବିକ୍ରି ହେଉଥିବା ଡାଲିରେ ବଣ ଚାକୁଣ୍ଡା ମିଶୁଛି କି ନାହିଁ ଜାଣିବା ପାଇଁ ଡାଲିର ନମୂନା ସଂଗ୍ରହ କରାଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ, ତହସିଲଦାର ଓ ଯୋଗାଣ ଅଧିକାରୀଙ୍କୁ ନେଇ ଗଠିତ କମିଟି ଏହି ଚଢ଼ାଉ ଚଳାଇଛି।

ଉପଜିଲ୍ଲାପାଳ ବିରେନ୍ଦ୍ର କରକରା କହିଛନ୍ତି,“ସଂଗ୍ରହ କରାଯାଉଥିବା ଡାଲି ନମୂନା ଷ୍ଟେଟ୍‌ ଫୁଡ୍‌ ଲାବୋରଟେରୀକୁ ପରୀକ୍ଷା ପାଇଁ ପଠାଯିବ।”

ମାଲକାନଗିରି ଏସିଏସ୍‌ଓ ମନୋଜ କୁମାର ପ୍ରଧାନ କହିଛନ୍ତି,“ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆମେ ଡାଲି ଓ ଦେଶୀ ଡାଲିର ନମୂନା ସଂଗ୍ରହ କରୁଛୁ। ଯଦି କୌଣସି ଡାଲି ଉପରେ ସନ୍ଦେହ ହେଉଛୁ ତାକୁ ଜବତ କରୁଛ।”

Related story