ମାଲକାନଗିରି ସୀମାନ୍ତ ସୁକମାରୁ ୧୩ ଜଣଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗାଗିରାଜ ଥାନା କୋଡେର ଅଞ୍ଚଳରୁ  ମାଓବାଦୀମାନେ ୧୩ ଜଣଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଛି। କୋଡେରର ଏକ କେନ୍ଦ୍ରକୁ ଆଧାରକାର୍ଡ ପାଇଁ ଫଟୋ ଉଠାଇବାକୁ ଯାଇଥିବା ବେଳେ ୧୧ ଜଣ ଅଙ୍ଗନୱାଡି କର୍ମୀଙ୍କ ସହ ୨ ଜଣ ଆଧାର କାର୍ଡ କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ଅଞ୍ଚଳରେ ଆଧାରକାର୍ଡ ପାଇଁ ଫଟୋ ନ ଉଠାଇବାକୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଥିଲେ। କାଙ୍କେର […]

mao

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 06:24 AM IST

[caption id="attachment_55529" align="alignleft" width="214"] କାଙ୍କେର ଆନ୍ତାଗଡରୁ ଜବତ ୧୪ଟି ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ[/caption]

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗାଗିରାଜ ଥାନା କୋଡେର ଅଞ୍ଚଳରୁ  ମାଓବାଦୀମାନେ ୧୩ ଜଣଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଛି। କୋଡେରର ଏକ କେନ୍ଦ୍ରକୁ ଆଧାରକାର୍ଡ ପାଇଁ ଫଟୋ ଉଠାଇବାକୁ ଯାଇଥିବା ବେଳେ ୧୧ ଜଣ ଅଙ୍ଗନୱାଡି କର୍ମୀଙ୍କ ସହ ୨ ଜଣ ଆଧାର କାର୍ଡ କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ଅଞ୍ଚଳରେ ଆଧାରକାର୍ଡ ପାଇଁ ଫଟୋ ନ ଉଠାଇବାକୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଥିଲେ।

କାଙ୍କେର ଆନ୍ତାଗଡରୁ ୧୪ଟି ବନ୍ଧୁକ ଓ ୪ଟି ଟିଫିନ ବୋମା ଜବତ କରାଯାଇଛି। ବିଏସଏଫ୍ ଓ ଛତିଶଗଡ଼ ପୋଲିସ ମିଳିତ ଚଢାଉ କରି ଏସବୁକୁ ଜବତ କରାଯାଇଛି।

Related story