ଛାତ୍ରୀଙ୍କୁ ଅସଦାଚରଣ କରି ପତ୍ନୀଙ୍କଠାରୁ ଚାପୁଡ଼ା ଖାଇଥିବା ଶିକ୍ଷକ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍.ଭି-୭୧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଶିକ୍ଷକଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ମନ୍‌ଜିତ ବାଇନ। ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗ ଆସିବା ପରେ ଗତକାଲି ତାଙ୍କୁ ତାଙ୍କ ପତ୍ନୀ ମାଡ଼ ମାରିଥିଲେ। ଶିକ୍ଷକ ମନଜିତ ବାଇନ୍ ବିଭିନ୍ନ ସମୟରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ କିଛି ଛାତ୍ରୀ ପାଠପଢ଼ା ଛାଡ଼ି ଦେଇଥିବାବେଳେ ଆଉ କିଛି ଛାତ୍ରୀ […]

malkangiri

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 09:14 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍.ଭି-୭୧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଶିକ୍ଷକଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ମନ୍‌ଜିତ ବାଇନ। ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗ ଆସିବା ପରେ ଗତକାଲି ତାଙ୍କୁ ତାଙ୍କ ପତ୍ନୀ ମାଡ଼ ମାରିଥିଲେ।

ଶିକ୍ଷକ ମନଜିତ ବାଇନ୍ ବିଭିନ୍ନ ସମୟରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ କିଛି ଛାତ୍ରୀ ପାଠପଢ଼ା ଛାଡ଼ି ଦେଇଥିବାବେଳେ ଆଉ କିଛି ଛାତ୍ରୀ ଭୟରେ ମୁହଁ ଖୋଲୁନଥିବା ଅଭିଯୋଗ କରିଥିଲେ ଅଭିଭାବକ। ଶେଷରେ ଅଭିଭାବକଙ୍କ ହସ୍ତକ୍ଷେପ ପରେ ଗାଁରେ ମିଟିଂ କରାଯିବା ସହ ସଂପୃକ୍ତ ଶିକ୍ଷକ, ତାଙ୍କ ପତ୍ନୀ ଓ ସିଆରସିଙ୍କୁ ଡକାଯାଇଥିଲା। ଆଉ ସଭାସ୍ଥଳରେ ହିଁ ଶିକ୍ଷକ ସ୍ୱାମୀଙ୍କୁ ମାଡ଼ ମାରିଥିଲେ ପତ୍ନୀ। ଗତକାଲି ପୋଲିସ୍ ତାଙ୍କୁ ନେଇ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ- ବୈଠକ ଭିତରେ ଶିକ୍ଷକଙ୍କୁ ଚାପୁଡ଼ା ମାରିଲେ ସ୍ତ୍ରୀ, ଭିଡିଓ ଭାଇରାଲ

Related story