ଥାନାରେ ଅଭିଯୋଗ କରିବାରୁ ପତ୍ନୀ ଓ ଶାଶୂଙ୍କୁ ମାରି ଦେଲେ

ବାରିପଦା (ମାଣିକ ଲାଲ ପାଣି): ଥାନାରେ ଅଭିଯୋଗ କରିବାରୁ ପତ୍ନୀଙ୍କ ସହିତ ଶାଶୂଙ୍କୁ ହାଣି ମାରି ଦେଇଛନ୍ତି ଜଣେ ବ୍ୟକ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା କଣ୍ଟାପାଳ ଗାଁରୁ ଆସିଛି ଏହି ଅଭିଯୋଗ। ମୃତକ ଦ୍ୱୟ ହେଲେ ମମତା ମହାନ୍ତ ଏବଂ ତାଙ୍କ ଝିଅ ସୁମତି ମହାନ୍ତ। ମମତାଙ୍କ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଅଟକ ରଖିଛି। ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସବୁବେଳେ ମଦ ପିଇ ପତ୍ନୀ ସୁମତିଙ୍କୁ ମାରପିଟ କରୁଥିଲେ। ଏନେଇ ଗତକାଲି ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରଙ୍କ […]

dead1

dead1

Jitendra Garnayak
  • Published: Monday, 17 June 2019
  • Updated: 17 June 2019, 11:15 AM IST

Sports

Latest News

ବାରିପଦା (ମାଣିକ ଲାଲ ପାଣି): ଥାନାରେ ଅଭିଯୋଗ କରିବାରୁ ପତ୍ନୀଙ୍କ ସହିତ ଶାଶୂଙ୍କୁ ହାଣି ମାରି ଦେଇଛନ୍ତି ଜଣେ ବ୍ୟକ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା କଣ୍ଟାପାଳ ଗାଁରୁ ଆସିଛି ଏହି ଅଭିଯୋଗ।
ମୃତକ ଦ୍ୱୟ ହେଲେ ମମତା ମହାନ୍ତ ଏବଂ ତାଙ୍କ ଝିଅ ସୁମତି ମହାନ୍ତ। ମମତାଙ୍କ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଅଟକ ରଖିଛି।

ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସବୁବେଳେ ମଦ ପିଇ ପତ୍ନୀ ସୁମତିଙ୍କୁ ମାରପିଟ କରୁଥିଲେ। ଏନେଇ ଗତକାଲି ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରଙ୍କ ନାଁରେ ତାଙ୍କ ପତ୍ନୀ ଓ ଶାଶୂ ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ସେ ରାଗି ଯାଇଥିଲେ। ଆଜି ସକାଳେ ସେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ରଙ୍କୁ ଅଟକ ରଖି ପୁଲିସ୍‌କୁ ଖବର ଦେଇଥିଲେ।

ଅନ୍ୟପକ୍ଷରେ ମମତା ଓ ସୁମତି ଥାନାରେ ପୂର୍ଣ୍ଣଚନ୍ଦ୍ରଙ୍କ ନାଁରେ ଥାନାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଫଳରେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ୍‌ ଟିମ୍‌କୁ ଲୋକେ ଘେରାଉ କରିଛନ୍ତି। ସେମାନେ ପୁଲିସ୍ ଗାଡ଼ିକୁ ଛାଡ଼ୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos