ଶଳାମାନଙ୍କ ସହିତ ମିଶି ଭାଇକୁ ମାରି ପୋତି ଦେଇଥିଲେ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଢେପଗୁଡ଼ା ଗାଁରେ ଚାଷ ଜମିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗାଁର ଚନ୍ଦନ ଜାନୀଙ୍କ ମୃତ୍ୟୁ ଘଟିଛି। ଗତକାଲି ପୁଲିସ୍‌ ଚନ୍ଦନଙ୍କ ମୃତଦେହ ଉଦ୍ଧାର କରିଛି। ସୂଚନା ଅନୁସାରେ, ଚନ୍ଦନ ଜାନୀ ଓ ଅଭିଯୁକ୍ତ ଭୁବନ ଜାନୀ ସଂପର୍କୀୟ ଭାଇ। ତେବେ ଚାଷ ଜମିକୁ ନେଇ ସେମାନଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ବି ଲାଗି ରହୁଥିଲା। ଗତ ୨୨ ତାରିଖରେ ଚନ୍ଦନକୁ […]

body

Jitendra Garnayak
  • Published: Sunday, 27 January 2019
  • , Updated: 27 January 2019, 12:12 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଢେପଗୁଡ଼ା ଗାଁରେ ଚାଷ ଜମିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗାଁର ଚନ୍ଦନ ଜାନୀଙ୍କ ମୃତ୍ୟୁ ଘଟିଛି। ଗତକାଲି ପୁଲିସ୍‌ ଚନ୍ଦନଙ୍କ ମୃତଦେହ ଉଦ୍ଧାର କରିଛି।

ସୂଚନା ଅନୁସାରେ, ଚନ୍ଦନ ଜାନୀ ଓ ଅଭିଯୁକ୍ତ ଭୁବନ ଜାନୀ ସଂପର୍କୀୟ ଭାଇ। ତେବେ ଚାଷ ଜମିକୁ ନେଇ ସେମାନଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ବି ଲାଗି ରହୁଥିଲା।

ଗତ ୨୨ ତାରିଖରେ ଚନ୍ଦନକୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ଭୁବନ ଜାନୀ ଓ ତାଙ୍କର ତିନି ଜଣ ଶଳା ମିଶି ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ପୋତି ଦେଇଥିଲେ।

ଏହି ଘଟଣାରେ ପୁଲିସ୍‌ ଭୁବନ ଜାନୀଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related story