ସ୍ୱାମୀ-ସ୍ତ୍ରୀ ଝଗଡ଼ାରେ ବଳି ପଡ଼ିଲା ଛଅ ବର୍ଷର ଝିଅ

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାରେ ସ୍ୱାମୀ-ସ୍ତ୍ରୀ ଝଗଡ଼ାର କରୁଣ ପରିଣତି ଦେଖିବାକୁ ମିଳିଛି। ସେମାନଙ୍କ କଳିରେ ଛଅ ବର୍ଷର ଝିଅ ବଳି ପଡ଼ିଥିବା ବେଳେ ସେମାନେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କୁକେତିରା ଗାଁରେ। ମୃତ ଶିଶୁ କନ୍ୟାର ନାଁ ଲିଜା ସାହୁ। ଆହତମାନେ ହେଲେ ତାଙ୍କ ବାପା କୈଳାସ ସାହୁ (୩୫) ଓ ମା’ କସ୍ତୁରୀ ସାହୁ(୨୭)। କୈଳାସଙ୍କ ନିଜ ଘର ଟିଟିଲାଗଡ଼ରେ। […]

dead

Jitendra Garnayak
  • Published: Thursday, 24 January 2019
  • , Updated: 24 January 2019, 09:55 AM IST

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାରେ ସ୍ୱାମୀ-ସ୍ତ୍ରୀ ଝଗଡ଼ାର କରୁଣ ପରିଣତି ଦେଖିବାକୁ ମିଳିଛି। ସେମାନଙ୍କ କଳିରେ ଛଅ ବର୍ଷର ଝିଅ ବଳି ପଡ଼ିଥିବା ବେଳେ ସେମାନେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କୁକେତିରା ଗାଁରେ। ମୃତ ଶିଶୁ କନ୍ୟାର ନାଁ ଲିଜା ସାହୁ। ଆହତମାନେ ହେଲେ ତାଙ୍କ ବାପା କୈଳାସ ସାହୁ (୩୫) ଓ ମା’ କସ୍ତୁରୀ ସାହୁ(୨୭)।

କୈଳାସଙ୍କ ନିଜ ଘର ଟିଟିଲାଗଡ଼ରେ। ସେ ୪ ମାସ ହେଲା ସ୍ତ୍ରୀ ଓ ଝିଅକୁ ନେଇ କୁକେତିରାରେ ଏକ ଭଡ଼ା ଘରେ ରହୁଥିଲେ।

ଗତ ମଙ୍ଗଳବାର ରାତିରେ କୈଳାସ ଓ କସ୍ତୁରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ କୈଳାସ ଉତକ୍ଷିପ୍ତ ହୋଇ ଝିଅ ଓ ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତା’ପରେ ସେ ନିଜ ଦେହରେ ମଧ୍ୟ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି କୁହାଯାଉଛି।

ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦମକଳବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ସ୍ୱାମୀସ୍ତ୍ରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଝିଅଟି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା।

Related story